• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ରାଜଧାନୀରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପ୍ରବାସୀ ଭାରତୀୟ ଦିବସରେ କରିଥିଲେ ନୃତ୍ୟ ପରିବେଷଣ – ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ

Proprietor Abhimanyu Maharana by Proprietor Abhimanyu Maharana
January 14, 2025
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ରାଜଧାନୀରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପ୍ରବାସୀ ଭାରତୀୟ ଦିବସରେ କରିଥିଲେ ନୃତ୍ୟ ପରିବେଷଣ – ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ
Share on FacebookShare on TwitterWhatsapp

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ । ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳରେ ବୋଲି ଜଣାପଡିଛି ।

୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲରୁ ମିଳିଲା ମୃତଦେହ। ହଷ୍ଟେଲର ରୁମ ନମ୍ବର ୨୧ ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ସ୍ଥଳରେ ପରିବାର ଲୋକ ଓ ପୋଲିସର ଛାନଭିନ। ମୃତକ ଜଣଙ୍କ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ । ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳରେ ବୋଲି ଜଣାପଡିଛି । ପରିବାର ଲୋକଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଛାନଭିନ ଜାରି ରହିଛି । ଏହା ପ୍ରେମ ଜନିତ ନା ରାଗିଂ ଘଟଣା ନା ପରୀକ୍ଷା ଚାପରେ ଛାତ୍ରୀ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ସେ ନେଇ ତଦନ୍ତ ଚଳାଇଛି ପୋଲିସ ।

ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଗୈାର ମହନ ମହାନ୍ତି କହିଛନ୍ତି :-

‘‘ଆମର ଏଠି ଏଭଳି କିଛି ସମସ୍ୟା ଆଗରୁ ହୋଇନି । ଆଜି ସକାଳୁ ଏମିତି ଝିଅଟିଏ ଆତ୍ମହତ୍ୟା କରିଥିବା ନେଇ ଓ୍ବାର୍ଡେନ ଖବର ଦେଇଥିଲେ । ଖବର ପାଇ ଦେଖିଲୁ ଓ ପୋଲିସକୁ ଖବର ଦେଲୁ । ପିଲା ମଧ୍ୟ ସକାଳେ ତାକୁ ଦେଖିଛନ୍ତି ସେ ସକାଳୁ ରୁମ ବାହାରକୁ ଆସି ଫିଲ୍ଟରରୁ ପାଣି ନେଇଥିଲା । ସକାଳେ କ୍ଲାସ ଯିବା ପାଇଁ ଯେତେବେଳେ ପିଲା ଡାକିଛନ୍ତି ସେତେବେଳେ ତାର କବାଟ ବାଡେଇବା ପରେ କବାଟ ଖୋଲି ନଥିଲା ।

ଗତକାଲି ତା’ର ପରୀକ୍ଷା ସରିଥିଲା :-

ସେ ଶୋଇପଡିଥିବା ଭାବି ଅନ୍ୟ ସହପାଠୀ ମାନେ କବାଟୁ ଧକ୍କା ପକାଇବା ପରେ ଖୋଲିଥିଲା। କବାଟ ଖୋଲିବା ପରେ ଝୁଲନ୍ତା ଅବସ୍ଥାରେ ଝିଅଟିକୁ ଦେଖିବାକୁ ପାଇଥିଲୁ। ଏନେଇ ପରିବାର ଲୋକଙ୍କୁ ଜଣେଇଥିଲୁ । ଗତକାଲି ତା’ର ପରୀକ୍ଷା ସରିଥିଲା । ସେ ଘରକୁ ଯିବାର ଥିଲା କ’ଣ ହେଲା କେଜାଣି ଆଜି ଏମିତି ଝିଅଟିକୁ ଦେଖିବାକୁ ମିଳିଥିଲା’’। ଗତ ପ୍ରବାସୀ ଭାରତୀୟ ଦିବସରେ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲା ଆତ୍ମହତ୍ୟା କରିଥିବା ଛାତ୍ରୀ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି ।

ସେପଟେ କ୍ୟାପିଟାଲ ଥାନା ଥାନାଧିକାରି ଦୟାନିଧି ନାୟକ କହିଛନ୍ତି :-

‘‘ତାଙ୍କ ସ୍ଥାନୀୟ ଅଭିଭାବକଙ୍କୁ ଡକାଯାଇଛି। ଏବେ ରୁମରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବେ । କିନ୍ତୁ ତାର ମୋବାଇଲରୁ କିଛି ତଥ୍ୟ ମିଳିଛି ତାକୁ ଆନାଲିସ କରାଯାଉଛି । ତାର ପରିଚୟ ମିଳିସାରିଛି ସେ କେନ୍ଦ୍ରାପଡା ର । କିନ୍ତୁ ତାର ରୁମରେ ଥିବା ଦୁଇ ରୁମମେଟ୍‌ ମଧ୍ୟରେ ଛୁଟିରେ ଯାଇଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରିବୁ ।

ଜଣେ ଅଧ୍ୟାପକ ତଥା ସୁପରିଟେଣ୍ଡ ନିମାକାନ୍ତ ରାଉତରାୟ କହିଛନ୍ତି :-

‘‘ବହୁତ ଭଲ ପିଲା ଭଲ ପାଠ ପଢେ। ହେଲେ ଫିଜିକାଲି ଏତେ ଫିଟ ନଥିଲା । ନାଚେ ବେଳେବେଳେ ଚେତାଶୂନ୍ୟ ହୋଇଯାଏ। ଭଲ ନାଚ କରେ। ଭଲ ପିଲା ଥିଲା । ସବୁ ପିଲା ପରୀକ୍ଷା ସରିଲା ପରେ ଘରକୁ ପଳାଇଥିଲେ ରୁମ ମେଟ୍‌ ମାନେ ନଥିଲେ। କାହିଁକି ଏମିତି କଲା ସେଟା ତ ଭଗବାନ କହିବେ । ନାଚ କରୁ କରୁ ବସି ପଡିବ। ବହୁତ ଦୁର୍ବଳ ପିଲା ଥିଲା । ଏଭଳି ଘଟଣା ପ୍ରଥମ। ୬୪ମସିହାରୁ ଏହା ପ୍ରଥମ । କ’ଣ ତା ମନ ଭିତରେ ଥିଲା ଜଣା ନାହିଁ ।

ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି

ଗତ ପ୍ରବାସୀ ଭାରତୀୟ ଦିବସରେ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲା ଆତ୍ମହତ୍ୟା କରିଥିବା ଛାତ୍ରୀ । ଏତେବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଖୁସିଥିବା ସହପାଠୀ କହିଛନ୍ତି ।ସେପଟେ କ୍ୟାପିଟାଲ ଥାନାଧିକାରି କହିଛନ୍ତି ‘‘ଏବେ ରୁମରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବେ । କିନ୍ତୁ ତାର ମୋବାଇଲରୁ କିଛି ତଥ୍ୟ ମିଳିଛି ତାକୁ ଆନାଲିସ କରାଯାଉଛି । ତାର ପରିଚୟ ମିଳିସାରିଛି ସେ କେନ୍ଦ୍ରାପଡା ର । କିନ୍ତୁ ତାର ରୁମରେ ଥିବା ଦୁଇ ରୁମମେଟ୍‌ ମଧ୍ୟରେ ଛୁଟିରେ ଯାଇଛନ୍ତି ।

ତେଣୁ ସେମାନଙ୍କୁ ମଧ୍ୟ ପଚରା ଉଚରା କରିବୁ :-

ଏହି ଘଟଣାକୁ ନେଇ ଟ୍ବିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଛାତ୍ର ନେତା । ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘‘ସଂଗୀତ ମହାବିଦ୍ୟାଳୟରେ ଅଧକ୍ଷଙ୍କ ଅନିୟମିତତା ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରି ଶହ ଶହ ଛାତ୍ର ପୂର୍ବରୁ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ’’।

ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଛନ୍ତି :-

ଗତବର୍ଷ ସ୍ବାମୀଙ୍କ ଠୁ ଧୋକା ଖାଇ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଥିଲା । ମୃତ ସାମ୍ବାଦିକା ଜଣକ ସ୍ବାମୀଙ୍କ ପରକିୟା ସମ୍ପର୍କ ପାଇଁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏପରିକି ଦୁଇ ଜଣ ଝିଅଙ୍କ ସହିତ ତାଙ୍କ ସ୍ବାମୀ ଫେରାର ହେବା ପାଇଁ ଯୋଜନା କରିଥିବା ସାମ୍ବାଦିକା ଜଣକ ଜାଣିବାକୁ ପାଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ନିଜ ସୋସିଆଲ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଥିଲେ ମୃତ ସାମ୍ବାଦିକା ।

ସେହିପରି ଗତ 2023ରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା ସଫ୍ଟୱେର ଇଞ୍ଜିନିୟର ମୃତ୍ୟୁ ଘଟଣା । ସଫ୍ଟୱେୟାର ଇଞ୍ଜିନିଅର ଜଣକ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟଜିତ ମହାପାତ୍ରକୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଥିଲା ।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା :-

ଏହା ପୂର୍ବରୁ ଗତ 2022ରେ ବିଜେବି କଲେଜର ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବିଜେବି କଲେଜ ହଷ୍ଟେଲରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ଛାତ୍ରୀ। ତିନି ସନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହିନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ସୁଇସାଇଡ ନୋଟରେ ଲେଖିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version