No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଅଦ୍ୟାବଧି ଆମ ଦେଶରେ ୨୦୨୩ ମସିହାରେ ୧,୬୮,୪୯୧ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଆମ ରାଜ୍ୟରେ ୫୪୬୭ ଲୋକଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସେହିପରି କନ୍ଧମାଳ ଜିଲ୍ଲାର ତଥ୍ୟ ଅନୁସାରେ ୨୦୨୪ ମସିହା ଜାନୁଆରି ଠାରୁ ଡିସେମ୍ବର ମଧ୍ୟରେ ୧୭୭ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ମୋଟ ୧୦୩ ଜଣଙ୍କ ର ମୃତ୍ୟୁ ଘଟିଥିଲା ।
ସେଥିନିମନ୍ତେ ଏହି ଦୁର୍ଘଟଣାର ପରିମାଣ ବା ସଂଖ୍ୟାକୁ କମାଇବା ପାଇଁ ଓଡିଶା ସରକାରଙ୍କ ପରିବହନ ବିଭାଗର ନିଦେ୍ର୍ଦଶ କ୍ରମେ ସାରା ରାଜ୍ୟରେ ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରିବାକୁ ସ୍ଥିର କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଯାଇଛି ଏବଂ ଏହା ମାସେଧରି ପାଳନ କରାଯିବ ବୋଲି ଜଣା ପଡିଛି । ସେହିପାରି କନ୍ଧମାଳ ଜିଲ୍ଲାରେ ମଧ୍ୟ ଫିରିଙ୍ଗିଆ ବ୍ଲକ୍ ର ପବିଙ୍ଗିଆ, ବନ୍ଧଗଡ ଠାରୁ ଆରମ୍ଭ କରି ବାଲିଗୁଡା ବ୍ଲକ୍ ର ବାଟାଗୁଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଂଚଳିକ ପରିବହନ ପ୍ରାଧିକରଣ କନ୍ଧମାଳ ଙ୍କ ସହାୟତା ରେ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ମାଧ୍ୟମରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଯାଇଛି ।
ଫୁଲବାଣୀ ଆଂଚଳିକ ପରିବହନ ଅଧିକାରି ଶିଶିର କୁମାର ସାହୁ ଙ୍କ ସହାୟତା ଏବଂ ସଂପାଦକ ଈଂ. ହରିି ଶଙ୍କର ରାଉତ ଙ୍କ ତତ୍ୱାବଧାନ ରେ ବାଲୁଙ୍କେଶ୍ୱର ଦଣ୍ଡବୀଣାକାର କମିଟି କାଶିନିପଦର ର ବିଣାକାର କାଶ୍ୟପ ଖମାରି ଙ୍କ ନେତୃତ୍ୱ ରେ ବିଭିନ୍ନ ସଡକ ସୁରକ୍ଷା ବାର୍ତା ଯଥା- ଗୀତ, ନୃତ୍ୟ, ବିଭିନ୍ନ ଢଗ ଢମାଳି ମାଧ୍ୟମରେ ଦୁଇଚକିଆ ମୋଟର ଯାନର ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରିବା, ଦୃତ ବେଗରେ ଗାଡି ନଚଲାଇବା, ଗାଡିଚାଳକ ପ୍ରତିଯୋଗିତା ନକରିବା, ଗାଡି ଚଲାଇଲା ବେଳେ ନିଶା ସେବନ ନକରିବା,
ଗାଡି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର ନକରିବା, ୧୮ ବର୍ଷ ରୁ କମ୍ ବୟସ ର ପିଲାଙ୍କୁ କୌଣସି ପ୍ରକାର ଗାଡି ଚଲାଇବାକୁ ନଦେବା, ଚାରିଚକିଆ ମୋଟର ଯାନରେ ଯାତ୍ରା କଲାବେଳେ ଚାଳକ ଏବଂ ଯାତ୍ରୀମାନେ ସିଟ୍ ବେଲ୍ଟ ବ୍ୟବହାର କରିବା ଓ କୌଣସି ଗାଡିର କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ନକରିବା କିମ୍ବା କ୍ଷମତାଠାରୁ ଅଧିକ ଓଜନ ର ଦ୍ରବ୍ୟ ନବାଆଣିବା ନକରିବା ଇତ୍ୟାଦି ବିଷୟରେ ଜନସାଧାରଣ ମାନଙ୍କୁ ବୁଝାଇଥିଲେ ।
ତତ୍ସହିତ ଏବର୍ଷର ବାର୍ତା “ଆସନ୍ତୁ ଜଣେ ଜଣେ ସଡକ ସୁରକ୍ଷା ହିରୋ ହୁଅନ୍ତୁ” ସଂପର୍କରେ ମଧ୍ୟ ଜନସାଧାରଣ ଙ୍କୁ ସଚେତନ କରି କିପରି ସଡକ ସୁରକ୍ଷା କରି ପରିବାର ରକ୍ଷା କରିପାରିବା ତାହା ସୂଚନା ଦେଇଥିଲେ । ଏହିପରି ଭାବେ ଜିଲ୍ଲାର ୨୧ ଗୋଟି ଦୂର୍ଘଟଣା ପ୍ରବଣ ସ୍ଥାନରେ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇ ଆନୁମାନିକ ୫୦୦୦ ଲୋକଙ୍କ ପାଖରେ ସଚେତନତା ବାର୍ତା ପହଂଚା ଯାଇପାରିଛି ବୋଲି ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞନ କର ସୂଚନା ଦେଇଛନ୍ତି ।
ନୃତ୍ୟଦଳରେ ମହୁରିଆ କିସ୍ତରା ଦିଗାଲ ଓ ଢୋଲିଆ ପଣ୍ଡିତ ସାହାଣି ସହଯୋଗ କରିଥିବା ବେଳେ ଅନୁଷ୍ଠାନର ଅନ୍ୟ କର୍ମି ,ବିନୋଦ ବେହେରା, ଗିତାଞଳି ମୁଖି,ମାମିନା କହଁର, ସୁନେମିଆ ଦିଗାଲ, ରାମେସ୍ୱରୀ ଦିଗାଲ, ଅମ୍ରିତା ପ୍ରଧାନ,ଏଲକେନା ନାୟକ, ସ୍ୱଧର୍ମ ରାଉତ, ଅନ୍ନପୁର୍ଣ୍ଣା ପ୍ରଧାନ, ସୁନିଲ ସୁବୁଧି, ଦେବାଶିଶ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result