No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ଅବକାରୀ ଥାନା ଖଣ୍ଡରା ଛକ ନିକଟରୁ ମଙ୍ଗଳବାର ସକାଳେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଜଣେ ଯୁବକକୁ ଗିରଫ କରାଯାଇଛି। ତା’ ନିକଟରୁ ଏକ ଧଳା ରଙ୍ଗର ଜରି ବସ୍ତାରୁ ୮ କେ.ଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଗିରଫ ଯୁବକ ହେଲେ ମହାରାଷ୍ଟ୍ର ପୁନେ ଜିଲ୍ଳା ନାରାୟଣ ଗାଁଓ(ଜୁନର)ଥାନା ଧାବେର ୱାଡି କାରଖାନା ରୋଡର ୩୫ ବର୍ଷୀୟ ବାସିନ୍ଦା ଅମୋଲ ଦିନକର ଭୋର୍।
ଯୁବକ ଜଣକ ଖଣ୍ଡରା ଛକରେ ଏକ ଧଳା ରଙ୍ଗର ଜରି ବସ୍ତା ଧରି ଚାଲି ଚାଲି ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ଥାନାର ସହକାରୀ ଅବକାରୀ ନିରୀକ୍ଷକ ସୁମିତ୍ରା ବିଶି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଖାନ ତଲାସ କରିଥିଲେ। ଧଳା ରଙ୍ଗର ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି ଥିବା ଦେଖି ଯୁବକକୁ ଗିରଫ କରିଥିଲେ।
ଏନେଇ ପି ଆର୍ କେଶ ନଂ ୭୧/୨୦୨୪-୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସହକାରୀ ଅବକାରୀ ନିରୀକ୍ଷକ ଶ୍ରୀମତୀ ବିଶି ସୁଚନା ଦେଇଛନ୍ତି। ଗଞ୍ଜେଇ ଜବତ ସମୟରେ କନଷ୍ଟେବଳ ଲଟେଶ୍ୱର ପ୍ରଧାନ, ଏସ . ଭିମା ରାଓ ଓ ଜି. ଭିମା ରାଓ ପ୍ରମୁଖ ସାମିଲ୍ ଥିଲେ।

No Result
View All Result