No Result
View All Result
୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ଏମ୍ ଏସ୍ ସ୍ବାମୀନାଥନ ଗବେଷଣା ପ୍ରତିଷ୍ଠାନ ଏବଂ ମାଲକାନଗିରି କୃଷି ବିଭାଗ ସହାୟତାରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କୁର୍ତ୍ତୀ ଗ୍ରାମର ଆଦିବାସୀ ମହିଳା ମୁନୀ ମାଡକାମିଙ୍କୁ ସର୍ବୋତ୍ତମ କୃଷକ ସମ୍ମାନ ମିଳିଛି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ସର୍ବୋତ୍ତମ କୃଷକ ଭାବେ ଭୁବନେଶ୍ୱର ରେ ମୁନୀଙ୍କୁ ସମ୍ମାନିତ କରାଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ମୁନୀ ଙ୍କୁ ସମ୍ମାନିତ କରିଥିଲେ । ଆଦିବାସୀ ମହିଳା ଚାଷୀ ମାଡକାମୀ ନିଜର ୪ ହେକ୍ଟର ଜମିରେ ଧାନ ଏବଂ ବିଭିନ୍ନ ଅଣଧାନ ଫସଲ କରି ଆସୁଛନ୍ତି । ଗତ ଦିନି ବର୍ଷ ଧାନ ଫସଲ ପରେ ପଡ଼ିଆ ପଡୁଥିବା ଜମିରେ ମୁଗ, ବିରି ଫସଲ କରିବା ସହିତ ନିଜ ଅଞ୍ଚଳର ଚାଷୀମାନଙ୍କୁ ଏକଜୁଟ କରି ୫୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ କରୁଛନ୍ତି ।
ଏମ୍ ଏସ୍ ସ୍ବାମୀନାଥମ ଗବେଷଣା ପ୍ରତିଷ୍ଠାନ ଏବଂ ମାଲକାନଗିରି କୃଷି ବିଭାଗ ଏ ଦିଗରେ ମୁନୀ ଙ୍କୁ ସହାୟତା କରି ଆସୁଛନ୍ତି । ସ୍ବାମୀନାଥମ ପକ୍ଷରୁ ତାଲିମ ପାଇ ନିଜ ଚାଷ , ବୈଷୟିକ ଞାନ କୈ।ଶଳ ଚାଷ କ୍ଷେତ୍ରରେ ପ୍ରୟୋଗ କରି ଆସୁଛନ୍ତି । ନିଜେ ଜଣେ ସଫଳ ଚାଷୀ ହେବା ସହିତ ଅନ୍ୟମାନଙ୍କୁ ଚାଷ କାର୍ଯ୍ୟରେ ପ୍ରୋତ୍ସାହନ କରିବା ପାଇଁ କୃଷି ବିଭାଗ କୃଷି ଓଡ଼ିଶା ୨୦୨୫ ସମ୍ମାନରେ ମୁନୀଙ୍କୁ ସମ୍ମାନିତ କରିଛନ୍ତି ।

No Result
View All Result