No Result
View All Result
୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଂଗ୍ରେସ ଦଳ ପକ୍ଷରୁ ଯାତ୍ରୀ ନିବାସ ପରସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନୋମୋହନ ସିଂଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି କାଶିନାଥ ମହାପାତ୍ରଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀର ପୂର୍ବତନ କଂଗ୍ରେସ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ସମୟରେ ଭାରତବର୍ଷରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
ଏହି ସଭାରେ ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ କୁମାର ସାହୁ, ଡମପଡ଼ା ବ୍ଲକ ସଭାପତି ଅସୀତ୍ ବରଣ ପଟ୍ଟନାୟକ, ପଦେଶ କଂଗ୍ରେସ କମିଟି ସଭ୍ୟ ଘନଶ୍ୟାମ ମହାନ୍ତି, ରମାକାନ୍ତ ସେଠୀ, ପୂର୍ବତନ ସରପଂଚ ରଘୁନାଥ ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ମହାପାତ୍ର, କ୍ଷେତ୍ରବାସୀ ଦାସ ଯୋଗଦେଇ ତାଙ୍କ ସମୟରେ ହୋଇଥିବା ଉଦାରିକରଣ ଜଗତିକରଣ ଉପରେ ଆଲୋକପାତ କରିଥିଲେ । ଏଥିରେ ବହୁ କଂଗ୍ରେସ କର୍ମୀ ଯୋଗଦାନ କରି ସ୍ୱର୍ଗତ ସିିଂଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

No Result
View All Result