No Result
View All Result
0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଶ୍ରୀ ବୁଦ୍ଧନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୩ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀମାନେ ଏକ ବୈଠକରେ ମିଳିତ ହୋଇଥିଲେ। ଉତ୍ତର ବୟସରେ ପହଞ୍ଚି ସାରିଥିବା ସବୁ ବନ୍ଧୁ ବାନ୍ଧବୀମାନେ ବହୁ ବର୍ଷ ପରେ ଏକାଠି ବସି ଅତୀତର ସ୍ମୃତିକୁ ମନେପକାଇବା ସହିତ ମିଳିମିଶି ଭୋଜିଭାତ କରିଥିଲେ ।
ପ୍ରାରମ୍ଭରେ ପରଲୋକ ଗମନ କରିଥିବା ସହପାଠୀ ମାନଙ୍କ ପାଇଁ ସ୍ମୃତିସଭା କରାଯାଇଥିଲା।କପିଳେନ୍ଦ୍ର ପଣ୍ଡା,ଅରବିନ୍ଦ ମିଶ୍ର,ଜଗନ୍ନାଥ ସେନାପତି, କପିଳ ଚରଣ ସାହୁ,ଶରତ ଭୋଇ,ନିରଞ୍ଜନ ଦାସ,ରବୀନ୍ଦ୍ରନାଥ ମଲ୍ଲିକ,
ପ୍ରମିଳା ସ୍ୱାଇଁ ପ୍ରମୁଖ ଆୟୋଜନ ରେ ମୁଖ୍ୟ ଭୂମିକା ନେଇଥିଲେ । ପୁରାତନ ଛାତ୍ର ଛାତ୍ରୀମାନେ ଆଜି ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଥିବାରୁ ସେମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଏହି ପରି ବନ୍ଧୁ ମିଳନ ପ୍ରତି ବର୍ଷ ପାଳନ ପାଇଁ ପ୍ରସ୍ତାବମାନ ଆଗତ ହୋଇଥିଲା ।

No Result
View All Result