No Result
View All Result
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ବୁର୍ଲାଙ୍ଗି ଗ୍ରାମରେ ମିଲେଟ୍ ମିଶନ ଏବଂ ନିର୍ମାଣ ଅନୁଷ୍ଠାନ ମାଧ୍ୟମରେ କନ୍ଧମାଳର ପାରମ୍ପରିକ ଖାଦ୍ୟ ଉପରେ ଅଞ୍ଚଳବାସୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଣ୍ଡିଆ, କୁଏରି, କାଙ୍ଗୁ ପରି ଖାଦ୍ୟ ବିହନ ବଣ୍ଟନ କରାଯାଇଛି ।
କାର୍ଯ୍ୟକ୍ରମକୁ ଡଃ ପ୍ରଶାନ୍ତ ମହାନ୍ତି ପରିଚାଳନା କରିଥିବା ବେଳେ ଏଥିରେ ଅତିଥି ଭାବେ ତୁମୁଡ଼ିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ବନ ବିହାରୀ ହରିପାଲ, ଯୁବନେତା ନେତ୍ର ମାନସେଠ୍, ଉଦ୍ୟାନ ଅଧିକାରୀ ଦେବାଶିଷ୍ ମଲିକ, ଡ଼ିଜେଶ ଯୋଗୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ ।
No Result
View All Result