• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋ ରାଇ ମହୋତ୍ସବ-୨୦ ୨୪ ଉଦ୍‌ଯାପିତ ‘ଓଡ଼ିଆ ଭାଷା ସାହିତ୍ୟ ଅସ୍ମିତା ସହ ଅଙ୍ଗାଅଙ୍ଗିଭାବେ ଜଡିତ’

Proprietor Abhimanyu Maharana by Proprietor Abhimanyu Maharana
December 26, 2024
in ଓଡ଼ିଶା, ଯାଜପୁର, ହୋମ୍
0
କୋ ରାଇ ମହୋତ୍ସବ-୨୦ ୨୪ ଉଦ୍‌ଯାପିତ ‘ଓଡ଼ିଆ ଭାଷା ସାହିତ୍ୟ ଅସ୍ମିତା ସହ ଅଙ୍ଗାଅଙ୍ଗିଭାବେ ଜଡିତ’
Share on FacebookShare on TwitterWhatsapp

୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ଯେଉଁ ଅଂଚଳର ଭାଷା ସାହିତ୍ୟ ଉନ୍ନତ ସେ ଅଂଚଳବାସୀ ସଭ୍ୟ ଓ ଶିକ୍ଷିତ ହୋଇଥାନ୍ତି ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବୁଧବାର ଅନୁଷ୍ଠିତ ୪୨ତମ ‘କୋରାଇ ମହୋତ୍ସବ-୨୦୨୪’ର ଉଦ୍‌ଯାପନୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଉଦ୍‌ଯାପନୀ ଅଧୂବେଶନ ତଥା କବି ‘ଅଭିମନ୍ୟୁ ସାମନ୍ତସିଂହାର ମଂଚ’ର ସମାବର୍ତନ ଉତ୍ସବ ସଂସଦର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉଦଘାଟକ ଭାବେ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଘଂଟିଆ ଯୋଗଦେଇ ଉଦଘାଟନ କରି ସେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ କରିଥିବା ପ୍ରୟାସ ଓ କୋରାଇ ଅଂଚଳର ଶିକ୍ଷା ବିକାଶରେ ତାଙ୍କର ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ । 

ମୁଖ୍ୟଅତିଥିଭାବେ ଭାବେ ବରିଷ୍ଠ ଗୀତିକବି ଡକ୍ଟର ଅଲେଖଚନ୍ଦ୍ର ପଢିହାରୀ ଯୋଗଦେଇ ଓଡ଼ିଶାର ମାତୃଭାଷା ଓଡ଼ିଆ; ତେଣୁ ଆମ ‘ଓଡ଼ିଆ ଭାଷା ସାହିତ୍ୟ ଅସ୍ମିତା ସହ ଅଙ୍ଗାଅଙ୍ଗ ଭାବେ ଜଡିତ’ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ କିଟ୍ ବିଶ୍ବବିଦ୍ୟାଳୟର ଭାଷା ଓ ସଂସ୍କୃତିବିଭାଗର ନିର୍ଦେଶକ ତଥା ବରିଷ୍ଠ କବି ରକ୍ଷକ ନାୟକ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଅଗ୍ରଗତି କରାଇବାରେ ଆମ ସମସ୍ତଙ୍କର ଦାୟିତ୍ଵ ରହିବା ଉଚିତ ବୋଲି କହିଥିଲା ବେଳେ ସମ୍ମାନିତ ଅତିଥିଭାବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବସାହିତ୍ୟକ ଡକ୍ଟର ଚନ୍ଦ୍ରଶେଖର ହୋତା ସାହିତ୍ୟ ରଚନା ଲାଗି ଯୁବପିଢୀଙ୍କୁ ଉତ୍ସାହିତ କରିଥିଲେ ।

ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଘଂଟିଆ ବାର୍ଷିକ ବିବରଣି ପ୍ରାଦନ କରିଥିଲାବେଳେ କାର୍ଯ୍ୟକାରୀ ସଂପାଦକ ଦୟାନିଧୂ ନାୟକ ଅତିଥପରିଚୟ ଓ ସାଂସ୍କୃତିକ ସଂପାଦକ ବାଇଧର ମାଝୀ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରାଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଓ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ମଂଚ ପରିଚାଳନା କରିଥିଲେ । ଅନୁଷ୍ଠିତ ସମାବର୍ତନ ଉତ୍ସବରେ ‘କୋରାଇ ମହୋତ୍ସବ ସମ୍ମାନ’ ଅଂଚଳର ବରିଷ୍ଠ ରାଜନେତା ତଥା ସାରସ୍ଵତ ସାଧକ ଡକ୍ଟର ରାମଚନ୍ଦ୍ର ପୁଂଟିଆଙ୍କୁ ପ୍ରଦାନ କରାଯାଇଥିଲା ବେଳେ ସଂସଦର ମର୍ଯ୍ୟଦା ଜନକ କସ୍ତୁରୀ ପୁରସ୍କାର ଶିଶୁସାହିତ୍ୟିକ ଡକ୍ଟର ସୁନାମଣି ରାଉତ ଓ ସ୍ୱର୍ଗତ କାହ୍ନୁଚରଣ ଖୁଟିଆ ସ୍ମୃତି ପୁରସ୍କାର ବରିଷ୍ଠ ନାଟ୍ୟକାରିଣୀ ପ୍ରଧ୍ୟାପିକା ବିନ୍ଦୁରେଖା ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା ।

ଗଦାଧର ସ୍ଵାଇଁ ଶିକ୍ଷକ ଗୌରବ ପୁରସ୍କାର ନିର୍ମଳଚନ୍ଦ୍ର ରାଉତ, ଶଚୀଦେବୀ-ଇନ୍ଦୁମତୀ ଲେଖୁ ପୁରସ୍କାର ମାଙ୍ଗଳିକା ଦାସ, ଶ୍ୟାମସୁନ୍ଦର ମହାନ୍ତି ସ୍ମୃତି ପୁରସ୍କାର ଡା. ଉପେନ୍ଦ୍ର ପ୍ରସାଦ ନାୟକ, ଗଦାଧର ସାହୁ ସ୍ମୃତି ପୁରସ୍କାର ପାଲା ଗାୟକ ରଜନିକାନ୍ତ ପୃଷ୍ଟି, ଦଶରଥ ବିଶ୍ବାଳ ସ୍ମୃତି ପୁରସ୍କାର କୃତି ଛାତ୍ର ଆଶୁତୋଷ ଦାସ, ସଂସଦ ସମ୍ମାନ ବୃନ୍ଦାବନ ସାହୁ, ‘ସ୍ୱତନ୍ତ୍ର ସାମ୍ବାଦିକ ସମ୍ମାନ’ ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ଅଚ୍ୟୁତାନନ୍ଦ ପତି ଗଛ ସମ୍ମାନ ଚିତରଞ୍ଜନ ଚିରଞ୍ଜିତ, କୈଳାସ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ ନାରାୟଣ ମହାଳିକ, ରମେଶଚନ୍ଦ୍ର ମହାନ୍ତି ସାରସ୍ଵତ ସମ୍ମାନ କବି ପ୍ରହଲ୍ଲାଦ ପଣ୍ଡା ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା ।

ଏଥ‌ିସହିତ ଶିଶୁସାହିତ୍ୟ ଇ-ପତ୍ରିକା ‘ମହକ ଭରା କୋରେଇ ଫୁଲ’ର ‘ଦୌପଦୀ-ପ୍ରାଣକୃଷ୍ଣ ସ୍ମୃତି ସମ୍ମାନ’ ଶିଶୁସାହିତ୍ୟିକ ପ୍ରଶାନ୍ତ କୁମାର ଦାଶଙ୍କୁ ପ୍ରଦାନ କରାଯାଇଥିଲା ବେଳେ ବୋଲେଛୁଟି ପତ୍ରିକାର ‘ପ୍ରତିଭା ସମ୍ମାନ’ ସୁଜାତା ଗିରି ଏବଂ ଆଜ୍ଞାନମସ୍କାର ପତ୍ରିକାର ବ୍ୟାଙ୍ଗମୁଣି ସମ୍ମାନ ଅନନ୍ତ ଜେନା, ଯୁବଚଳଚିତ୍ର ନିର୍ଦେଶକ ପ୍ରଣମକୁମାର ଆଏଚଙ୍କୁ ସ୍ୱତନ୍ତ୍ର ସମ୍ମାନ ସ୍ଵରୁପ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅକ୍ଷୟକୁମାର ବାରିକଙ୍କ କବିତା ସଙ୍କଳନ ‘ଲାଜକଥା’, ଅଧ୍ୟାପକ ନିତ୍ୟାନନ୍ଦ ମହାନ୍ତିଙ୍କ ‘ଫେରିବାର ବେଳ’ ପ୍ରମୁଖ ୪ଟି ପୁସ୍ତକ ଲୋର୍ସର୍ପିତ ହୋଇଥିଲା ।

ଶେଷରେ ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ପ୍ରଥମ ଅଧିବେଶନ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ଉପସଭାପତି ବିନୋଦ ବିହାରୀ ସାହୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବୁବ ଯାଜପୁରରୋଡ ଷ୍ଟେଟ ବ୍ୟାଙ୍କର ମୁଖ୍ୟଶାଖା ପ୍ରବନ୍ଧକ ଜ୍ୟୋତିରଞ୍ଜନ ମିଶ୍ର, ସମ୍ମାନିତ ଅତିଥିଭାବେ ବରିଷ୍ଠ କବି ଅଶୋକ କୁମାର ସିଂହ ଓ କୋରାଇ ପ୍ରେସ କ୍ଲବର ସଭାପତି ସୁବାସ ଚନ୍ଦ୍ର ଧଳ ଯୋଗଦେଇଥିଲେ ।

ସହସଂପାଦକ ଅଶୋକ କୁମାର ପତି ଓ ସଂଗଠନ ସଂପାଦକ ପ୍ରଦୀପ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନନ୍ଦ ମହାନ୍ତି, ଭୁବନମୋହନ ମହାନ୍ତି, ନବଘନ ସ୍ଵାଇଁ, ଯୋଗେନ୍ଦ୍ରନାଥ ସାହୁ, ପ୍ରଭାତ ମଲ୍ଲିକ, ଜିତେନ୍ଦ୍ର ବେହେରା, ଜୟନ୍ତୀ ଜେନା, ପ୍ରଭାତ ସିହ୍ନା, ଅମ୍ବରିଶ ପୁଂଟିଆ, ଅପର୍ଣ୍ଣା ମିଶ୍ର, ‘ସରସ୍ୱତୀ ପଣ୍ଡା, ନିରଞ୍ଜନ ନାୟକ, ନୀଳମଣି ଓଝା ପ୍ରମୁଖ ଶତାଧ‌ିକ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସହସଂପାଦକ ଅକ୍ଷୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version