No Result
View All Result
୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ପ୍ରତ୍ବେକ ମନୁଷ୍ୟ ହୃଦୟରେ ପରମାତ୍ମା ଙ୍କର ପ୍ରତିମୃତ୍ତି ପ୍ରତିଫଳିତ l ତେଣୁ ତାଙ୍କୁ ପାଇବାକୁ ହେଲେ ପ୍ରାଣୀ ମାନଂକୁ ସେବା କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ l ଏଥିପାଇଁ ଅଧ୍ୟାତ୍ମିକ ଚିନ୍ତା ଚେତନାକୁ ଆପଣେଇବାକୁ ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମ ସାଗର ବାବା ଅରକ୍ଷିତ ଦାସ ମହାରାଜ ମତବ୍ୟକ୍ତ କରିଛନ୍ତି l

ବିରିଡି ବ୍ଲକ ବାଇଶି ମୌଜା ଶଙ୍ଖାରିସାହି ତ୍ରିନାଥ ଗାଦି ଉନ୍ନୟନ ପରିଷଦ ପକ୍ଷରୁ ସୋମବାର ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ 31ତମ ଧନୁ ମେଳାର ପ୍ରବଚନ ସଭାରେ ବାବା ଶ୍ରୀ ଦାସ ଉପରୋକ୍ତ ମତ ଦେଇଛନ୍ତି l ଏହା ସହିତ ମେଳାରେ ଜଳସେଚନ ବିଭାଗର କର୍ମଚାରୀ କାଙ୍ଗାଳି ଚରଣ ଦାସ ଙ୍କୁ ଅନୁଷ୍ଠାନ ପକ୍ଷରୁ ବାବା ମହାରାଜ ସମ୍ବର୍ଦ୍ଧିତ କରିଥିଲେ l

ଯୋଗେନ୍ଦ୍ର ଭୋଇ ଙ୍କ ତତ୍ୱାବଧାନ ରେ ଆୟୋଜିତ ମେଳାରେ ପରିଷଦର କର୍ମକର୍ତା ଭାବେ ପତିତପାବନ ଜେନା, ରବୀନ୍ଦ୍ର ନାଥ, ପ୍ରତାପ ଦାସ, ଅକ୍ଷୟ ଭୋଇ, ଶରତ ଦାସ, ବସନ୍ତ ବେହେରା, ବୀରବର ଭୋଇ, ଟିକିନା ଭୋଇ, ଲଷ୍ମୀଧର ଭୋଇ, ପରୀକ୍ଷିତ କାଣ୍ଡି, ଚିତନ ଭୋଇ, ଗଗନ ଭୋଇ ଙ୍କ ସହ ଗ୍ରାମବାସୀ ବୃନ୍ଦ ସହଯୋଗ ଲେ l ଏହିଅବସରରେ ଭଜନ ପରିବେଷଣ କରାଯାଇଥିଲା l

No Result
View All Result