No Result
View All Result

୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ମହିମା ଧର୍ମହିଁ ସନାତନ ଧର୍ମର ମୂଳ ଆଧାର l ଏକ ବ୍ରହ୍ମ ପରମାତ୍ମା ସର୍ବତ୍ର ବିରାଜିତ l ଏହାହିଁ ମହିମା ଧର୍ମ ର ବିଶେଷତ୍ୱ l ଏହା ହେଉଛି ଏକାକ୍ଷର ବ୍ରହ୍ମ ସୃଷ୍ଟି ଆରମ୍ଭର ମୂଳ ତତ୍ତ୍ୱ ବୋଲି ମହିମା ସନ୍ୟାସୀ ମାନେ ପଣ୍ଡୁ ପୂର୍ଣ୍ଣିମା ଉପଲକ୍ଷେ ବାଇଶି ମୌଜା ପୁରଣ ହାଟ ମା ଜାଗୁଳାଇ ପୀଠରେ 33ତମ ବାର୍ଷିକ ଅଖଣ୍ଡ ଧୁନୀ ପ୍ରଜ୍ବଳନ ଅବସରରେ ରବିବାର ମହିମା ଧର୍ମୀ ସନ୍ୟାସୀମାନେ ମତଦେଇଛନ୍ତି l
ଅଲେଖ ଧର୍ମୀ ସନ୍ୟାସୀ ମାଗୁଣି ବାବାଙ୍କ ତତ୍ୱାବଧାନ ରେ ଆୟୋଜିତ ଧୁନୀ ପ୍ରଜ୍ବଳନ ଉଚ୍ଛବରେ ସନ୍ୟାସୀ ସର୍ବେଶ୍ୱର ବାବା, ଭୀମସେନ ବାବା, ଗଙ୍ଗାଧର ବାବା, କାନ୍ହୁ ବାବା, ରବିବାବା, ସୁଦର୍ଶନ ବାବା ଯୋଗଦେଇ ଜଗତର ମଙ୍ଗଳ ନିମନ୍ତେ ଘୃତ ଆହୁତି କରି ଅଖଣ୍ଡ ଧୁନୀ ପ୍ରଜ୍ବଳନ କରିଥିଲେ l ରାତ୍ର ସାର ଖଞ୍ଜଣୀ ଭଜନ କରାଯାଇଥିଲା l
No Result
View All Result