No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମାଗ୍ରାମସ୍ଥିତ କୋଶଳ।ଶୁଣି ପୀଠରେ ରାଜ୍ୟ ସ୍ତରୀୟ ବଣ ମଲ୍ଲି ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ନୈବେଦ୍ୟ ଅର୍ପଣ କଲା ପରେ ବଣ ମଲ୍ଲିର ସଂପାଦକ ବିଭୁ ପ୍ରସାଦ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭପତି ବଂଶୀଧର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ସେତୁପ୍ରକାଶ ରଥ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶଶିଭୂଷଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରବି ନାରାୟଣ ମଙ୍ଗରାଜ, ସତ୍ୟ ନାରାୟନ ସାମନ୍ତରାୟ ଯୋଗ ଦେଇ ସାହିତ୍ୟ କୁ ମର୍ମସ୍ପର୍ଶୀ କରିବା ପାଇଁ ନିବେଦନ କରିଥିଲେ। ଅଧ୍ୟାପିକା ନିଳୀମା ନନ୍ଦ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବହୁ ଲେଖକ, ସାରସ୍ଵତ ସାଧକ ଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଫକିର ଚରଣ ପ୍ରଧାନ, ଧୃବ ଚରଣ ମହାପାତ୍ର, ସାମ୍ବାଦିକ ଗଙ୍ଗାଧର ସାହୁ,ସମାଜ ସେବୀ ତଥା ଠଣ । ପଲ୍ଲୀ ମିଳିତ ଯୁବକ ସଂଘ ର ସମ୍ପାଦକ ଶ୍ରୀ ଭାଗିରଥୀ ଦାଶ ,ହରିବନ୍ଧୁ ଦାଶ, ଦେବେନ୍ଦ୍ର ପରମଗୁରୁ,ପ୍ରତିମା ପ୍ରଧାନ, ନାରାୟଣ ପାତ୍ର, ରାମଚନ୍ଦ୍ର ସାହୁ। ପ୍ରତ୍ୟେକଙ୍କୁ ମାନପତ୍ର, ଉତ୍ତରୀୟ ଓ ବୃକ୍ଷ ଚାର। ଟିଏ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ପ୍ରଫୁଲ୍ଲ କୁମାର ହୋତା ଧନ୍ୟ ବ। ଦ ପ୍ରଦାନ କରିଥିଲେ। ଦୁଇ ଶହରୁ ଉର୍ଦ୍ଧ୍ବ କବି , ଲେଖକ, ଶିଳ୍ପୀ,ସମାଜସେବୀ, ଶିକ୍ଷକ,ମହିଳା ,ଛାତ୍ର ଯୋଗ ଦେଇ ଥିଲେ।


No Result
View All Result