No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଗତ ଡ଼ିସେମ୍ବର ୧୨ ତାରିଖରେ ଜାଗରଣ ଆର୍ଟ ଇଣ୍ଟରନେସନାଲ,ଦେବଗଡ଼ ଦ୍ଵାରା ଆୟୋଜିତ ୨୦ ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ୨୦୨୪ ର ଦ୍ୟୁତୀୟ ସଂଧ୍ୟାରେ ଟାଉନ ହଲ୍,ଦେବଗଡ଼ ଠାରେ ଲୋକପ୍ରିୟ ନାତ୍ୟନୁଷ୍ଟାନ ପଞ୍ଚମବେଦର ବହୁ ଚର୍ଚ୍ଚିତ ନାଟକ “ଅବସର” ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ପ୍ରଶଂସାଭାଜନ ହୋଇପାରିଛି ।
ଏହି ନାଟକ ଟି ସମ୍ପୁର୍ଣ୍ଣ ପାରିବାରିକ ହୋଇଥିବା ବେଳେ କାହାଣୀଟି ଆଜିକାଲି ପରିବାର ମଧ୍ୟରେ ଥିବା ବୟସ୍କ ବ୍ୟକ୍ତିଙ୍କୁ କିପରି ଅଣଦେଖା,ହତାଦାର କରାଯାଇଛି ତାହା ନାଟକ ମାଧ୍ୟମରେ ଦର୍ଶାଯାଇଛି ଏବଂ ତାର ପ୍ରତିକାର ସ୍ବରୂପ ବରିଷ୍ଠ ନାଗରିକ ମାନଙ୍କୁ ପରିବାରରେ ଓ ସମାଜରେ ଉପଯୁକ୍ତ ସମ୍ମାନ ଦେବାପାଇଁ ବାର୍ତ୍ତା ପ୍ରେରଣ କରାଯାଇଥିଲା।
ଏହି ନାଟକର ନାଟ୍ୟକାର ହର ବାରିକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ହରେନ୍ ସାହୁ ଦେଇଛନ୍ତି।ସେହିପରି ସଙ୍ଗୀତରେ ବିନୟ ଦାଶ,ସଂଯୋଜନା ଏବଂ ମୁଖ୍ୟ ବ୍ୟବସ୍ଥାପକ ଭାବେ ପ୍ରକାଶ ମହାରଣା,ଆଲୋକରେ ଜଗନ୍ ମାଝୀ,ମଞ୍ଚ ପ୍ରଶାନ୍ତ ସ୍ୱାଇଁ ଓ ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର ଗୌଡ଼(ବୁଲୁ ଭାଇ) ଏବଂ ଅଭିମନ୍ୟୁ ସେଠି ।
ବିଭିନ୍ନ ଭୂମିକାରେ ମୁକ୍ତିକାନ୍ତ ମହାପାତ୍ର,ନଟବର ଆଚାର୍ଯ୍ୟ,ରଘୁନାଥ ବେହେରା,ଜ୍ଞାନେନ୍ଦ୍ର ଶତପଥୀ,ମହେନ୍ଦ୍ର ଶତପଥୀ, ଦୀପକ ମହାପାତ୍ର,ବ୍ୟାସଦେବ ଚୌହାନ,ଅଭିମନ୍ୟୁ ସେଠି,ତାପସ ଦାଶ,ମମତା ମହାନ୍ତି,ଶ୍ବେତା ରଥ,ରାଜଲକ୍ଷ୍ମୀ ମିଶ୍ର ଓ ଶିଶୁ କଳାକାର ଅଭିମାନ ସାଇ ସ୍ୱରୂପ ଅଭିନୟ କରିଥିଲେ।

No Result
View All Result