No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :- ଟାଙ୍ଗୀର ଅଗ୍ରଣୀ କ୍ରୀଡା ସଂଗଠନ ଦେବୀ ଦୁର୍ଗା କଲଚରାଲ ଟ୍ରଷ୍ଟ ପକ୍ଷରୁ ଟାଙ୍ଗୀ ଚିଲିକା ଷ୍ଟାଡିୟମରେ ସର୍ବ ଭାରତୀୟ ମହିଳା ଫୁଟୁବଲ ଚମ୍ପିୟାନସିପ ଅନୁଷ୍ଠିତ ହୋଇ ଯାଇଅଛି l ମହିଳା ଚମ୍ପିୟାନସିପର ୫ମ ଦିବସରେ ମିତା ଏକାଡେମୀ କଟକକୁ ଭେଟିଥିଲା କୋଲକାତା ମହିଳା ଏକାଦଶ ଟିମ l ଉଭୟ ମହିଳା ଦଳ ଐତିହାସିକ ଚିଲିକା ଷ୍ଟାଡିଅମରେ ବେଶ ପାରଦର୍ଶିତା ପ୍ରଦର୍ଶନ କରିଥିଲେ l ଖେଳର ପ୍ରଥମାର୍ଦ୍ଧ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା l ତେବେ କୋଲକାତା ଏକାଦଶ ଟିମର ପ୍ରବଳ ଆକ୍ରମଣକୁ ରୋକି ପାରିନଥିଲା କଟକ ଦଳ lକୋଲକାତା ଏକାଦଶ ଦଳ କଟକ ମିତା ଏକାଡେମୀକୁ ୩ ଟି ସୁନ୍ଦର ଗୋଲ ଦେଇ ପରବର୍ତ୍ତୀ ରାଉଣ୍ଡ ସେମିଫାଇନାଲ ରାଉଣ୍ଡ କୁ ଉତ୍ତୀର୍ଣ୍ଣ ହୋଇଛି l ଭରପୁର ଦର୍ଶକଙ୍କ ଉପସ୍ଥିତ ମହିଳା ଖେଳାଳିମାନଙ୍କୁ ବେଶ ପ୍ରେରଣା ଦେଇଥିଲା l
ଆଜିର ଅନୁଷ୍ଠିତ ଖେଳରେ ଚିଲିକା ବ୍ଲକ କଳ କଳେଶ୍ଵର ଗ୍ରାମ ପଂଚାୟତ ସରପଞ୍ଚ ଜ୍ୟୋସ୍ନାରାଣୀ ଜେନା, ଦୁର୍ଗା ଚରଣ ଚିଲିକା ଡିଗ୍ରୀ ମହା ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ଶତପଥୀ, ବରିଷ୍ଠ ନାଗରିକ ଅରୁଣ ମହାନ୍ତି,ସମାଜ ସେଵୀ ଅମିନ ପରିଡା, ଡା ନଗେନ ରାୟ ପଟନାୟକ, କୁହୁଡି ଗ୍ରାମ ପଂଚାୟତ ସରପଞ୍ଚ ଜୟଦେବ ବେହେରା, ପୂର୍ବତନ ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ ସୁପ୍ରଭା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆସନ୍ତା କାଲି ପ୍ରଥମ ସେମିଫାଇନାଲ ଖେଳ ବେଶ ସଙ୍ଘର୍ଷପୁର୍ଣ ରହିବ lଏହି ସେମିଫାଇନାଲରେ କୋଲକାତା ଏକାଦଶ କୁ ବିହାର ଏକାଦଶ ଦଳ ମୁହାଁମୁହିଁ ହେବେ lତେଣୁ ଫୁଟୁବଲ ପ୍ରେମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆୟୋଜକ ଅନୁସ୍ଥାନର ସମ୍ପାଦକ ନିରଞ୍ଜନ ନାୟକ ଅନୁରୋଧ କରିଛନ୍ତି l ରୀନା ତୀର୍କୀ ଆଜିର ଖେଳରେ ପ୍ଲେଆର ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇ ତାଙ୍କୁ ସମ୍ନାନିତ କରାଯାଇଥିଲା l
No Result
View All Result