No Result
View All Result
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ବୋଲଗଡ଼ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ କଡବ ସ୍ଥିତ ଗିରିଧାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ଏବଂ ତାଙ୍କ ସହକର୍ମୀମାନଙ୍କ ପୂର୍ଣ୍ଣ ସହଯୋଗରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର ଯୋଗ ଦେଇଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳବନ୍ତରାୟ ଏବଂ ଶ୍ରୀମତୀ ମିଶ୍ର ଆଲୋଚିତ ହେବାକୁ ଥିବା କାର୍ଯ୍ୟସୂଚୀର ସମସ୍ତ ପ୍ରସଙ୍ଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ତାହାପରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା, ନୀଳମଣୀ ପଣ୍ଡା, ଶ୍ରୀଧର ସାହୁ, ଅମର କୁମାର ବେହେରା, ଧ୍ରୁବ ଚରଣ ତ୍ରିପାଠୀ, ବିଦ୍ୟାଧର ମହାରଣା, ସନ୍ତୋଷ କୁମାଇ ସାହୁ, କ୍ଷେତ୍ର ମୋହନ ରଣା, ପୀତାବାସ ଲେଙ୍କା, ଜୋଚିନ୍ଦ୍ର ଦାସ, ବନମାଳି ସାହୁ ଆସ୍ପିରେସନାଲ କମ୍ପୋନେଣ୍ଟ, ଉତ୍କର୍ଷ ପାଠ୍ୟକ୍ରମ, ଖାନ ଏକାଡେମୀର ଗଣିତ ପାଠ୍ୟକ୍ରମ ଏବଂ ଆପାର ଆଇଡି ସମ୍ବନ୍ଧରେ ଶ୍ରୀଯୁକ୍ତ ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।ଶ୍ରୀମତୀ ମିଶ୍ରଙ୍କର କମ୍ପୋଜିଟ, କ୍ରୀଡା, ୟୁନିଫର୍ମ, ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ, କମ୍ୟୁନିଟି ମୋବିଲାଇଜେସନ ନିମିତ୍ତ ମଞ୍ଜୁରପ୍ରାପ୍ତ ସରକାରୀ ଅର୍ଥର ବିନିଯୋଗ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାପାତ୍ର, ଶୁକାନ୍ତି ଦେଇ, ଜ୍ୟୋତ୍ସ୍ନାରାଣୀ ବେହେରା, ପ୍ରଣତି ସିଂହ ଓ ସଂଯୁକ୍ତା ଦାଶ ।
ବିଦ୍ୟାର୍ଥୀମାନଙ୍କୁ ପାଠାଗାର ପୁସ୍ତକ ବଣ୍ଟନ, ବିଜ୍ଞାନାଗାରରେ ପରୀକ୍ଷା ପ୍ରଦର୍ଶନ ବିଷୟରେ ଶିକ୍ଷୟିତ୍ରୀ ମଞ୍ଜୁବାଳା ଷଡ଼ଙ୍ଗୀ, ପ୍ରଣତି ଚୌଧୁରୀ ଏବଂ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ ଆଲୋକପାତ କରିଥିଲେ । ଏସ ଆଇ ଓ ଏସରେ ଆଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ପାଇଁ ପଦକ୍ଷେପ ଗ୍ରହଣ କରିବା ଓ ଅଗ୍ନି ଉପରେ ମକ ଡ୍ରିଲ ତାଲିମର ବ୍ୟବସ୍ଥା କରିବା ଓ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଇ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
No Result
View All Result