No Result
View All Result
୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ବ୍ଲକ୍ ଅନ୍ତର୍ଗତ ରାଣିପୁର ସ୍ଥିତ ବାପା ମା ସେବା ଶ୍ରମ ଓ ଇଣ୍ଡିଆନ ହ୍ୟୁମାନ ରାଇଟସ ଡ଼ିଫେଣ୍ଡର୍ସ, ଜଟଣୀଙ୍କ ମିଳିତ ଆୟୋଜନ ରେ ବିଶ୍ୱ ମାନବାଧିକାର ଦିବସ ୨୦୨୪ ରାଣିପୁର ସ୍ଥିତ ବାପା ମା ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଟ୍ରଷ୍ଟର ଅନ୍ତେବାସୀ ଗଣ, ସ୍ଥାନୀୟ ଲୋକ, ଜଟଣୀର ବହୁ ବୁଦ୍ଧିଜିବୀ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ। ଜଟଣୀର ଦୁଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ “ସୁରକ୍ଷା ମଞ୍ଚ” ଓ ‘ସମ୍ଭାବନା ପରିବାର”କୁ ତାଙ୍କର ମହତ୍ୱପୂର୍ଣ କାର୍ଯ୍ୟ ପାଇଁ ଏହି ଦିବସରେ ସାର୍ଟିଫିକେଟ୍ (ମାନପତ୍ର) ପ୍ରଦାନ୍ ସହକାରେ ସମ୍ମାନିତ କରାଯାଇଥିଲା ।
ସେହିପରି ଜଟଣୀ ଅଞ୍ଚଳର ଅନେକ ସମାଜସେବୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଇଣ୍ଡିଆନ ହ୍ୟୁମାନ ରାଇଟସ ଡ଼ିଫେଣ୍ଡର୍ସର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଅକ୍ଷ୍ୟାଂଶୁ ଶେଖର ନାୟକଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଟଣୀ ବାର ଆସୋସିଏସନର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଓ ସମ୍ମାନିତ ଅତିଥି ଭାବେ ଜଟଣୀ ବାର ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ବ୍ରଜ ବନ୍ଧୁ ପ୍ରଧାନ, ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଓ ସଞ୍ଜୟ କୁମାର ମହାପାତ୍ର,
ବେଣାପଞ୍ଜରୀ ପଂଚାୟତ ସମିତି ସଭ୍ୟ,ଇଣ୍ଡିଆନ ହ୍ୟୁମାନ ରାଇଟସ ଡ଼ିଫେଣ୍ଡର୍ସର ଜିଲ୍ଲା ସଭାପତି ତଥା ଶିକ୍ଷାବିତ ଶ୍ରୀମତୀ ଭାବନା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥି ମାନେ ଏଭଳି ମହତ୍ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ବାପା ମା ସେବାଶ୍ରମ ଟ୍ରଷ୍ଟର ଗୌତମ ମହାରଣା ଓ ତାଙ୍କ ସହଧର୍ମିଣୀ ଜ୍ୟୋତି ମହାରଣା ଙ୍କୁ ମଧ୍ୟ ବହୁତ ଭୁରି ଭୁରି ପ୍ରଶଂସା କରିଥିଲେ।
ଇଣ୍ଡିଆନ ହ୍ୟୁମାନ ରାଇଟସ ଡ଼ିଫେଣ୍ଡର୍ସ, ଜଟଣୀର ରାଜ୍ୟ ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ହବିବୁର ରେହେମାନ ଓ ରାଜା ୱେଲ ଫେୟାର ଟ୍ରଷ୍ଟର ଅଧକ୍ଷ ଶ୍ରୀଯୁକ୍ତ ପରୱେଜ ହାଇଦର ଓ ବରିଷ୍ଠ ମାନବାଧିକାର କର୍ମୀ ତଥା ସମାଜସେବୀ ଶ୍ରୀଯୁକ୍ତ ବୃନ୍ଦାବନ ସୁବୁଦ୍ଧି ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସର୍ବପରି ଉଲ୍ଲେଖନୀୟ ସେବା ପାଇଁ ରାଜା ୱେଲ ଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ପରୱେଜ ହାଇଦରଙ୍କୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

No Result
View All Result