No Result
View All Result
ଭାପୁର :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ଫତେଗଡ଼ ଯୁବକ ସଙ୍ଘ ପକ୍ଷରୁ ନାଲିସାଗର ଖେଳ ପଡିଆଠାରେ ଆୟୋଜିତ ୧୫ତମ ସର୍ବ ଭାରତୀୟ ସଦାଶିବ ମେମୋରିଆ ଲ ୨୦-୨୦କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଅଛି ! ଏହି ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଆଚାର୍ଯ୍ୟ,

ସଂମ୍ମାନିତ ଅତିଥିଭାବେ ଫତେଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ସାହୁ,ପଦ୍ମାବତୀ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ରନାଥ ସାହୁ ଓ ସମାଜ ସେବି ମନୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ ଚନ୍ଦନ, ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ପ୍ରଥମେ ଛତିଶଗଡ଼ ଫରେଷ୍ଟ କ୍ରିକେଟ କ୍ଳବ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୬ ଓ୍ଵି କେଟ ହରାଇ ୧୭୩
ରନ ସଂଗ୍ରହ କରିଥିଲା !

ଜବାବରେ ଭୁବନେଶ୍ୱର ସାଇ ଇଲେଭେନ କ୍ରିକେଟ କ୍ଳବ ୧୯ଓଭର ରେ ୬ ଓ୍ୱିକେଟରେ ୧୭୪ରାଣ ସଂଗ୍ରହ କରି ଛତିଶଗଡ଼ ଫରେଷ୍ଟ କ୍ରିକେଟ କ୍ଳବ ହରାଇ ବିଜୟୀ ହୋଇଥିଲା ! ଭୁବନେଶ୍ୱର ସାଇ ଇଲେଭେନ କ୍ରିକେଟ କ୍ଳବର ରାମଚନ୍ଦ୍ର ବେହେରା ବ୍ୟକ୍ତିଗତ ୩୯ ବଲରେ ୬ଟି ଚୌକା ଓ ୩ଟି ସହାୟତାରେ ବ୍ୟକ୍ତିଗତ ୬୫ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ !

ଏହି କ୍ରିକେଟ ମ୍ୟାଚରେ ଭାଷ୍ୟକାର ବୁବୁ ସିଂହ୍ନl, ସ୍କୋରର ଭାବେ ପବିତ୍ର କୁମାର ସାହୁ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ଖେଳ ପରିଚାଳନା କରିଥିଲେ ! ଏହି ସର୍ବ ଭାରତୀୟ କ୍ରିକେଟ ମ୍ୟାଚ କୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା !
No Result
View All Result