୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରାଦ୍ଵୀପ :-> ଗୋବର୍ଦ୍ଧନ ମଠ ପୁରୀ ପୀଠାଧିଶ୍ୱର ଶ୍ରୀମଦ୍ ଜଗଡଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନରେ ପରିଚାଳିତ ପୀଠ ପରିଷଦ – ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତରଫରୁ ମାର୍ଗଶିର ମାସ ସପ୍ତମୀ ତିଥି ରବିବାର ତଥା ଇଂରାଜୀ ତା ୦୮.୧୨.୨୦୨୪ରେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶ୍ରୀଦୁର୍ଗା ମନ୍ଦିର ପ୍ରାଙ୍ଗଣ, ପାରାଦ୍ଵୀପରେ ଦରିଦ୍ର ନାରାୟଣଙ୍କୁ କମ୍ବଳ, ନୂତନ ଥାଳି ପ୍ରଦାନ କରିବା ସହିତ ପ୍ରସାଦ ସେବନ କରାଗଲା ।















