No Result
View All Result
୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୨୪ ଶୁଭ ଉଦଘାଟନ ହୋଇଯାଇଛି। ଆଜିର ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୂଷାକୀ, ଜିଲ୍ଲା ପରିଷଦ ସଭ୍ୟ। ସୁରଭୀ ଭୈ।ମିକ, ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କଵି ଶତପତୀ, କୋରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସାଂସଦ ପ୍ରତିନିଧି ପି. ଭେଙ୍କଟେଶ୍ଵର ରାଓ, ବିଧାୟକ ପ୍ରତିନିଧି ମନଦୀପଙ୍କର ରାୟ, ବୁଦ୍ଧିଜୀବୀ ଏମ୍ ଡି ଫାରୁକ, କୋଟାମ ବାଲାୟା, ପଡିଆ ପ୍ରିନ୍ସପାଲ ପରମା ନନ୍ଦ ମହାପାତ୍ର ଓ ସଞ୍ଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ସାକାଳୁ ବ୍ଲକ ପକ୍ଷରୁ କଳସ ଯାତ୍ରାରୁ ଏହି କାର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଥିଲା । ମାଲ୍ୟବନ୍ତ ମହୋତ୍ସବର ସଂଧ୍ୟା ସମୟରେ ମାଲ୍ୟବନ୍ତ ପଡ଼ିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ମୂଖ୍ୟ ଅତୀଥି ଭାବେ ଜିଲ୍ଲା ପରିଷଦ ବିକାଶ ଅଧିକାରୀ ନରେଶ ଚନ୍ଦ୍ର ଶବର, ସମ୍ମାନିତ ଅତିଥି ଭାବେ ପଡ଼ିଆ ଥାନା ଅଧିକାରୀ ରାମେଶ୍ବର ପ୍ରଧାନ , ସମାଜ ସେବୀ ଏନ୍ ରାଘବ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।ପ୍ରଶାନ୍ତ କୁମାର ପରିଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିପିଓ କାର୍ତ୍ତିକ ନାୟକ, ସୁକୁମାର ପ୍ରଧାନ, ମେନକା ପ୍ରଧାନ, ଏନ୍ ରୁଷି ରାଓ ଓ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।
No Result
View All Result