No Result
View All Result
୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଜିଲ୍ଲା ବାରଙ୍ଗ ତହସିଲ ଅଧିନସ୍ଥ ବ୍ରାହ୍ମଣଝରିଲୋ ଆର ଆଇ ସର୍କଲ ଦଳବାଡ ଗ୍ରାମର ଗୋଚର ଜମି ପ୍ଲଟ ନମ୍ବର ୮୦୧ ଉପରେ କାହ୍ନୁ ସାହୁ ନାମକ ବିଲଡ଼ର ଜବରଦଖଲ କରି ରାସ୍ତା ନିର୍ମାଣ କରିଥିଲେ । ଉକ୍ତ ରାସ୍ତାକୁ ନିଜ ଜମି ଦର୍ଶାଇ ଲୋକମାନଙ୍କୁ ପ୍ଳଟିଙ୍ଗ କରି ଜମି ବିକ୍ରୀ କରି ଲଭବାନ ହେଉଥିଲେ । ଏନେଇ ଦଳବାଡ଼ଗ୍ରାମର ଦଳିତ ଲୋକମାନେ ବିରୋଧ କରିବା ସହିତ ଜବରଦଖଲ ଉଛେଦ ପାଇଁ ବାରଙ୍ଗ ତହସିଲଦାରଙ୍କ ନିକଟରେ ଦାବି କରିଆସୁଥିଲେ ।
ବିଲଡ଼ର ଜଣକ ତହସିଲଦାର ଏବଂ ତହସିଲର କେତେକ ଅସାଧୁ କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଅଭିଯୋଗ ପତ୍ରକୁ ଚପାଇ ରଖିବା ସହିତ ଜବର ଦଖଲ ଉଛେଦ କରିବା ନେଇ ସମୟ ଗଡେଇ ଚାଲିଥିଲେ ବୋଲି ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ଏନେଇ ଦଳବାଡ଼ ଗ୍ରାମର କିଶୋର ଚନ୍ଦ୍ର ଭୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେଶ ନମ୍ବର ୧୪ । ୨୦୨୪ ଫେବୃଆରୀ ୨୭ ରେ ଉଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୯ ମାସ ଧରି ଚୁପ ହୋଇ ବସିଥିବା ବାରଙ୍ଗ ତହସିଲଦାରଙ୍କୁ ଜିଲ୍ଲାପାଳ ଏବଂ କଟକସଦର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଗୁରୁବାର ଦିନ ଲୋକ ଦେଖାଣିଆ ଭାବେ ଜବର ଦଖଲ ରାସ୍ତାକୁ ଜେସିବୀ ଦ୍ୱାରା ମାଟି କାଟି ନାଳ କରି ଫେରିଯାଇଥିଲେ ।.
ଏହି ଭଳି ପୂର୍ବରୁ ତହସିଲଦାରଙ୍କ ପକ୍ଷରୁ ରାସ୍ତାରୁ ମାଟିକାଟି ଚାଲିଯିବାର କିଛି ଦିନପରେ ସଂପୃକ୍ତ ବିଲଡ଼ର ଉକ୍ତ ରାସ୍ତାରେ ବାଲି ପକାଇ ପୋତି ରାସ୍ତା କରି ନିଜର ବ୍ୟବସାୟ ଚଳାଇଥିଲା । ତହସିଲ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆ ନଯିବା ଘଟଣାକୁ ନେଇ ବିଲଡ଼ର ଏବଂ ତହସିଲଦାରଙ୍କ ମଧ୍ୟରେ ଭିତିରି ସଂପର୍କ ରହୁଛି ବୋଲି ଦଳବାଡ଼ ଗ୍ରାମର ଅନେକ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ।
ମୋହନ ସରକାର ବେଆଇନ ଜବର ଦଖଲ କରିଥିବା ଧନୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ନିର୍ମାଣଧୀନ କୋଠାକୁ ବୁଲଡୋଜର ଲଗେଇ ଭାଙ୍ଗିବା ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୋହନ ସରକାରଙ୍କ ଏଭଳି କାର୍ଯ୍ୟକୁ କିଭଳି ତହସିଲଦାର ମାନେ କାର୍ଯ୍ୟକରୁଛନ୍ତି ସେହି ଦିନକୁ ଅପେକ୍ଷା କରିଛନ୍ତି ।
No Result
View All Result