• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ – ୨୦୨୪ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
December 6, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ – ୨୦୨୪ ଅନୁଷ୍ଠିତ
Share on FacebookShare on TwitterWhatsapp

୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର  :-> ଭୁବନେଶ୍ୱର ସ୍ଥିତ କୃଷି ଭବନ ଅଡିଟୋରିଅମରେ ରାଜ୍ୟ ସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ” ମହା ସମାରୋହରେ ପାଳନ କରାଯିବା ସହିତ ପ୍ରତି ଜିଲ୍ଲାସ୍ତରରେ ମଧ୍ୟ ପାଳନ କରାଯାଇଛି l ଏହି ବର୍ଷର ବିଷୟବସ୍ତୁ ହେଉଛି:- ମୃତ୍ତିକା ଯତ୍ନ: ପରିମାପ, ପର୍ଯବେକ୍ଷଣ, ପରିଚାଳନା l ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ଓ ମୃତ୍ତିକା ସରଂକ୍ଷଣ ନିର୍ଦ୍ଦେଶକ ଶ୍ରୀ ନିଖିଲ୍ ପୱନ କଲ୍ୟାଣ ପ୍ରମୁଖ ଥିଲେ l ଓଡ଼ିଶାର କୋଣ ଅନୁକୋଣରୁ ଅଭିଜ୍ଞ ଚାଷୀ, କୃଷି ବିଶେଷଜ୍ଞ,ବୈଜ୍ଞାନିକ ଓ ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ l

ମାଆ ,ମାଟି ଓ ମନୁଷ୍ୟର ସମ୍ପର୍କ ଆବାହନ କାଳରୁ ଅତି ନିବିଡ, ଶାଶ୍ଵତ ଓ ଚିରନ୍ତନ। ବର୍ତ୍ତମାନ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ପରିମାପ, ପର୍ଯ୍ୟବେକ୍ଷଣ ଓ ସୁପରିଚାଳନା ଅତି ଗୁରୁତ୍ୱପୁର୍ଣ ମୃତ୍ତିକାକୁ ଯୁଗ ଯୁଗ ପାଇଁ ସୁସ୍ଥ ଓ ଉତ୍ପାଦନକ୍ଷମ କରି ରଖିବା ପାଇଁ ଯେଉଁ ଯତ୍ନ ଆବଶ୍ୟକ, ସେଥିପାଇଁ ଆମ ପରମ କର୍ତ୍ତବ୍ୟର ସ୍ମୃତିଚାରଣ ସକାଶେ ପ୍ରତି ବର୍ଷ ଡ଼ିସେମ୍ବର ୫ ତାରିଖ କୁ ସାରା ପୃଥିବୀରେ “ବିଶ୍ୱ ମୃତ୍ତିକା ଦିବସ” ରୂପେ ପାଳନ କରାଯାଇ ଆସୁଅଛି l

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ଲୋକେ ଅଧିକ ପରିମାଣର ଉତ୍ପାଦନ ଓ ଲାଭ ପାଇବା ଆଶାରେ ଅଧିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି l କିନ୍ତୁ ଏହା ଧୀରେ ଧୀରେ ମାଟିର ସ୍ୱାସ୍ଥ୍ୟ ଓ ଉତ୍ପାଦନ କ୍ଷମତାକୁ ହ୍ରାସ କରୁଛି ଏବଂ ଦୀର୍ଘ ସମୟ ଧରି ରାସାୟନିକ ସାର ଓ କୀଟନାଶକ ବ୍ୟବହୃତ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି l ତେଣୁ ଆମେ ନିଜର ଶରୀର ଓ ମୃତ୍ତିକାର ସ୍ୱାସ୍ଥ୍ୟର ଯତ୍ନ ନେବା ଆଜିର ସମୟରେ ନିହାତି ଆବଶ୍ୟକ l ଏହି ପରିପ୍ରେକ୍ଷିରେ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏକ ସଫଳ ଚାଷୀ ଭାବେ ଉଦାହରଣ ଦେଇଥିଲେ l ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ଖତ, ସାର ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ l

ଓୟୁଏଟି ମୃତ୍ତିକା ଓ ରସାୟନ ବିଭାଗର ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼. ସୁବୋଧ କୁମାର ସାହୁ ଓ ଡ଼. ରବୀନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ରଚିତ “ଓଡିଶାର ମୃତ୍ତିକା ସମସ୍ୟା ଏବଂ ତାର ପରିଚାଳନା” ଶୀର୍ଷକ ଏକ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା l କୃଷି ଓ କୃଷକ ସଶକ୍ତିକରଣ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ମୃତ୍ତିକା ସୁସ୍ଥତା ପାଇଁ ମାଟି ପରୀକ୍ଷା ଅନୁଯାୟୀ ସନ୍ତୁଳିତ ସାର ପ୍ରୟୋଗ ଓ ଜୈବିକ କୃଷି ଉପରେ ଗୁରୁତ୍ୱ ଆରୋପ କରିଥିଲେ l ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ୩ ସୂତ୍ରୀ ପରାମର୍ଶ ପ୍ରଦାନ କରିଥିଲେ l ଏଥିରେ, ମୃତ୍ତିକାର ଅବକ୍ଷୟକୁ ରୋକିବା, ଆବଶ୍ୟକ ନ ଥିଲେ ସାର ବ୍ୟବହାର କରିବା ନାହିଁ ଏବଂ ନିରନ୍ତର ମୃତ୍ତିକା ପରିଚାଳନା ଅଭ୍ୟାସ ରହିଛି l

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ ତଥା ପାରମ୍ପାରିକ ଶସ୍ୟର ସରଂକ୍ଷଣ ପାଇଁ ଆଜି ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଆଜି ରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି l କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ନିଖିଲ ପବନ କଲ୍ୟାଣ ଓଡିଶା ମୃତ୍ତିକାର ଅବକ୍ଷୟ ଓ ତାର ପୁନରୁଦ୍ଧାର ସମ୍ପର୍କରେ କହିଥିଲେ l ବିଶ୍ଵ ମୃତ୍ତିକା ଦିବସ ଆନୁକୂଲ୍ୟରେ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ ଟିକିରାଣୀ ଦାସ, ଜଗଦୀଶ ମାଝୀ, ଶୁଭଶ୍ରୀ ମୁଦୁଲୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବୈଷୟିକ ଉପସ୍ଥାପନ ବିଭାଗରେ ରାଜ ପ୍ରତୀକ ଦାସ,

ସୁଲଗ୍ନା ମହାନ୍ତି, ଶୟନ୍ତୀକା ଭୌମିକ, ସୃଷ୍ଟି ସୌରଭ ମିଶ୍ର ପୁରସ୍କୃତ ହୋଇଥିଲେ l ସେହିଭଳି ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିମନ୍ତେ ଅନୁଗୁଳର ସରତୁକା ଚନ୍ଦ୍ର ଦେହୁରୀ, ବରଗଡ଼ର ଶ୍ୟାମଘନ ପ୍ରଧାନ, ଯାଜପୁରର କିଶୋରିକାନ୍ତ ରାଉତ, ଝାରସୁଗୁଡ଼ାର ନଳିନୀ ପଟେଲ, କନ୍ଧମାଳର ବୃନ୍ଦାବନ ମଲ୍ଲିକ, ସମ୍ବଲପୁରର ସନ୍ତୋଷ ଧାରୁଆ ଓ ସୁନ୍ଦରଗଡ଼ର ଅମିତ କୁମାର ନାଏକଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ l ୫ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା l ଶେଷରେ ଯୁଗ୍ମ କୃଷି ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version