No Result
View All Result
୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ୍ ଡିଭିଜନାଲ ରେଲୱେ ହସ୍ପିଟାଲ ଦ୍ୱାରା “ବିଶ୍ୱ ଏଡ଼ସ୍ ଦିବସ” ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଡିଭିଜନାଲ ରେଲୱେ ହସପିଟାଲରୁ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ରାଲି ଆୟୋଜନ କରାଯାଇଥିଲା,ଯାହା ରେଲୱେ କଲୋନୀ ଏବଂ ଷ୍ଟେସନ ଅଞ୍ଚଳକୁ ଏଡସ୍ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲା । ଏହି ରାଲିକୁ,ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ. ଏସ.ବାଜ୍ୱା,ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡକ୍ଟର ଡି ଶରଥ ବାବୁଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।

ଏଥିରେ ସମସ୍ତ ଶାଖା ଅଧିକାରି,ଡାକ୍ତର, ପାରାମେଡିକାଲ୍ କର୍ମଚାରୀ,ସ୍ବାସ୍ଥ୍ୟ ନୀରିକ୍ଷକ, ଆର୍ ପି ଏଫ୍ ଏବଂ ସ୍କାଉଟ୍ସ ଆଣ୍ଡ ଗାଇଡ୍ ମାନେ ଏହି ରାଲିରେ ଅଂଶଗ୍ରହଣ କରିଥିଲେ ଏବଂ ଏଡ଼ସ୍ ଉପରେ ସତର୍କତା ମୂଳକ ପଦକ୍ଷେପ ଏବଂ ଏଡସରେ ପୀଡିତ ରୋଗୀଙ୍କୁ କିପରି ମୁକାବିଲା କରାଯିବ ସେନେଇ ପୋଷ୍ଟର ପ୍ରଦର୍ଶନ ଏବଂ ସ୍ଲୋଗାନ ଦେଇଥିଲେ l

ଚଳିତ ବର୍ଷର ବିଶ୍ୱ ଏଡ଼ସ୍ ଦିବସର ବିଷୟବସ୍ତୁ ହେଉଛି “ଏଡସ୍ ଶେଷ କରିବା ପାଇଁ ଅଧିକାର ପଥ ନିଅ” ଏହି ଥିମ୍ ପ୍ରତ୍ୟେକ ବ୍ୟକ୍ତି ସ୍ୱାସ୍ଥ୍ୟର ଅଧିକାରକୁ ସୁନିଶ୍ଚିତ କରିବାରେ ମାନବିକ ଅଧିକାରର ଭୂମିକା ଉପରେ ପର୍ଯ୍ୟବେସିତ। ବିଶ୍ୱ ଏଡସ୍ ଦିବସର ପାଳନ, ଏଚ୍.ଆଇ.ଭି. / ଏଡସ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ ।
No Result
View All Result