• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜଗତସିଂହପୁର ବିଲୁଆଖାଇ ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ; ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ ଗୁରୁତ୍ବ ଦିଆଯାଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ,

Proprietor Abhimanyu Maharana by Proprietor Abhimanyu Maharana
August 21, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଜଗତସିଂହପୁର ବିଲୁଆଖାଇ ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ;  ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ ଗୁରୁତ୍ବ ଦିଆଯାଇ  ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ,
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ବର :– କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ । ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ । ଆଜି ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦ୍‌ଘାଟନ ଏବଂ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି । ୨୦୧୬ ଅକ୍ଟୋବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶମୌଜା ସହିତ ସିଧାସଳଖ ଯୋଡିବା ସହିତ ଜଗତସିଂହପୁରରୁ ଭୁବନେଶ୍ବରର ଦୂରତ୍ବ ବହୁତ ପରିମାଣରେ କମିଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସେତୁ ଜଗତସିଂହପୁର ଜିଲ୍ଲାରେ ବିକାଶର ଧାରାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ।

ସେହିପରି ଶିଳାନ୍ୟାସ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟରେ ପାଇଁ ୧୬.୨୮ କୋଟି ଟଙ୍କା ବିନିଯୋଗ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନିର୍ମାଣ ହେବାକୁ ଥିବା ICUରେ ୧୦ଟି ଶଯ୍ୟା ରହିବ । ଏଥିପାଇଁ ୨.୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜିଲ୍ଲାର ମା ଓ ଶିଶୁ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରରେ ଏହାର ସୁନାମ ରହିଛି । ବିଜୁବାବୁ ଏଠାରେ ପାରାଦୀପ ବନ୍ଦର ନିର୍ମାଣ କରି ବିକାଶ ଧାରା ଆରମ୍ଭ କରିଥିଲେ ।

ଆଜିର ଏହି ଦୁଇଟି ପ୍ରକଳ୍ପ ଜଗତସିଂହପୁରର ବିକାଶ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବାସ୍ଥ୍ୟ କ୍ଷେତ୍ରକୁ ସେ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି । ଓଡିଶା ଖୁବ ଶୀଘ୍ର ପୂର୍ବ ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଭିଡ ଯୁଦ୍ଧରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଜଗତସିଂହପୁର ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ଭଲ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜନସାଧାରଣଙ୍କ ସହଯୋଗ ଓ କରୋନା ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏ ଯୁଦ୍ଧରେ ଓଡିଶା ନିଶ୍ଚିତ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ କୋଭିଡ ଯୋଦ୍ଧା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଜଗତସିଂହପୁର ଜିଲ୍ଲାରେ ବିକାଶ ପ୍ରକ୍ରିୟା ଆହୁରି ମଜବୁତ ହେବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ଓଡିଶାରେ ମା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ ଅନେକ ପରିମାଣରେ ହ୍ରାସ ପାଇଛି ।

ଜଳସଂପଦ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ଜଗତସିଂହପୁର ବିକାଶ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ସେମାନଙ୍କର ବ୍ୟକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version