୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ବେଆଇନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ଟଙ୍କା, ପାଞ୍ଚ ବାଇକ ସହିତ ପାଞ୍ଚ ଜଣଙ୍କୁ ଗିରଫ କରିଛି ନିଆଳି ପୋଲିସ । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ବିନିଶପୁର ଅଞ୍ଚଳରେ ବେଆଇନ ଭାବରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇ ନିଆଳି ପୋଲିସ ଚଢ଼ାଉ କରିଛି ଏକ ପ୍ରେସ ରିଲିଜ ମାଧ୍ୟମରେ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ଜଣାଉଛନ୍ତି,ବିନିଶପୁର ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚାଲିଥିଲା ।

ଖବର ପାଇ ଏକ ଟିମ କରାଯାଇ ଚଢାଉ କରାଯାଥିଲା । ଚଢାଉ ସମୟରେ ଜୁଆ ପାଇଁ ବ୍ୟବହୃତ ସାମଗ୍ରୀ ସହିତ ନଗତ ୫୭ ହଜାର ଏକ ଶହ ଟଙ୍କା, ପାଞ୍ଚ ବାଇକ ଜବତ ହେବା ସହିତ ଜୁଆ ଆଡ୍ଡା ପରିଚାଳନା କରୁଥିବା ପୁରି ଜିଲ୍ଲା ଉତ୍ତରାଶାସନ ଅଞ୍ଚଳର ରାଜ କିଶୋର ବାରିକ, ନିଆଳି ଥାନା ବିନିଶପୁର ଅଞ୍ଚଳର ରଞ୍ଜନ ଭୋଇ,















