No Result
View All Result
୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ବିଧାନସଭା : ପ୍ରଥମ ଦିବସରୁ କମ୍ପିଲା, ଶୀତକାଳୀନ ଅଧିବେଶନ, ସପ୍ତଦଶ ବିଧାନ ସଭାର ଦ୍ଵିତୀୟ ଅଧିବେଶନ ତଥା ଶୀତ ଅଧିବେଶନ ୨୬ ନଭେମ୍ବର ୨୦୨୪ ମଙ୍ଗଳ ବାର ପୂର୍ବାହ୍ନ ୧୧ ଟାରୁ ଆରମ୍ଭ ହୋଇଛି । ବିଧାନ ସଭାର ପରମ୍ପରା ଅନୁସାରେ ବିଧାନ ସଭା ଗୃହ ପ୍ରାଙ୍ଗଣରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପହଞ୍ଚିବା ପରେ ରାଜ୍ୟ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଏହି ସମୟ ଭିତରେ ଗୃହମଧ୍ୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶାସକ, ବିରୋଧୀ ଦଳ ସଦସ୍ୟ ମାନେ ଉପସ୍ଥିତ ହୋଇସାରିଥିଲେ । ଏହା ପରେ ବାଚସ୍ପତି ଗୃହରେ ଜାତୀୟ ସଂଗୀତ ଗାନ ପାଇଁ ଅନୁରୋଧ କରିବା ପରେ ଯନ୍ତ୍ର ସଂଗୀତ ବାଜି ଉଠିଥିଲା ଓ ସମସ୍ତ ସଦସ୍ୟ ନିଜ ନିଜ ସ୍ଥାନରେ ଠିଆ ହୋଇ ଜାତୀୟ ସଂଗୀତକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।
ଗୃହରେ ଏହାପରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଦିବଂଗତ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ଵର ମାଝୀ, ମକରଧ୍ବଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡ଼ା ଓ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କୁ ଗୃହର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ଗୃହର ନେତା, ବିରୋଧୀ ଦଳ ନେତା ଓ ବାଚସ୍ପତି ଗୃହରେ ଦିବଂଗତ ପୂର୍ବତନ ମନ୍ତ୍ରୀ ତଥା ସଦସ୍ୟ ମାନଙ୍କ ଜୀବନକାଳରେ କରିଥିବା ଗୁଣାବଳୀ ବର୍ଣ୍ଣନା କରିଥିଲେ ।
ପରେ ପରେ ଦିବଂଗତଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବାଚସ୍ପତି ଗୃହରେ ପ୍ରଶ୍ନକାଳ ଆରମ୍ଭ କରିବାକୁ ଯାଉଥିବା ବେଳେ ବିଜେଡ଼ି ଓ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଏହି ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଗୃହକୁ ମୁଲତବୀ ରଖିଥିଲେ ।
No Result
View All Result