No Result
View All Result
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକର ପୋଖରୀଗାଁରେ ମା’ ଲକ୍ଷ୍ମୀଙ୍କର ଆସନ୍ତା ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୂଜା ନିମନ୍ତ ,ପୂଜା କମିଟି ପକ୍ଷରୁ ଆଜି ପବିତ୍ର ପ୍ରଥମାଷ୍ଟମିରେ କନ୍ଦଳ ନଦୀ ପଠାରୁ ମାଟି ଉଠାଯାଇ ଅନୁକୂଳ ହୋଇଛି । ପୋଖରୀଗାଁର ମା’ ମହାଲକ୍ଷ୍ମୀଙ୍କ ପୂଜା ଏଥର ଚାନ୍ଦି ମୁକୁଟରେ ଝଲସିବେ ବୋଲି କୁହାଯାଉଛି । ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ମା’ଲକ୍ଷ୍ମୀଙ୍କର ୨୦ ତମ ପୂଜା ଉତ୍ସବ ପାଳନ ହେବାକୁ ଯାଉଥିବା ବେଳେ, ଏଥର ନିଆଳି ଅଂଚଳର ପୋଖରୀଗାଁ ଗ୍ରାମରେ ବେଶ ଜାକଜମକର ପୂଜା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ଆସନ୍ତା ଡିସେମ୍ବର ମାସ ୧୦ ତାରିଖରୁ ଏହି ପୂଜା ଆରମ୍ଭ ହୋଇ ୧୪ ତାରିଖ ପର୍ଯନ୍ତ ଚାଲିବ, ଏଥର ମା’ ଲକ୍ଷ୍ମୀଙ୍କ ମସ୍ତକରେ ୨ କେଜି ଓଜନର ଚାନ୍ଦି ମୁକୁଟ ପିନ୍ଧାଯାଇ ଶୋଭା ବର୍ଦ୍ଧନ କରାଯିବ । ଏହି ପୂଜାଉତ୍ସଵ ଅବସରରେ ଭଜନ ସମାରୋହ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ସ୍କୁଲ ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା, ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ରକ୍ତଦାନ ଶିବିରରମାନ ଆୟୋଜନ କରାଯିବା ସହିତ ପିଲାମାନଙ୍କ ଦେଖିବା ପାଇଁ ମିନାବଜ଼ାର ରହିଛି ,
ଆଉ ମଧ୍ୟ ବିଭିନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତୀ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ମା’ ଲକ୍ଷ୍ମୀଙ୍କର ପୂଜା ଉତ୍ସଵ ଅବସରରେ ପ୍ରସାଦ ସେବନ, ବିଶିଷ୍ଟ ପଣ୍ଡିତଙ୍କ ଦ୍ଵାରା ପାରମ୍ପରିକ ରୀତନୀତିରେ ମା’ ଙ୍କର ମନ୍ତ୍ର ପାଠ,ପୂଜା ଅର୍ଚ୍ଚନା କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଉତ୍ସଵରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ମା’ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।
No Result
View All Result