No Result
View All Result
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଅନେକ ବ୍ୟକ୍ତି ନିଜର ଏବଂ ନିଜ ପରିବାର ଲୋକଙ୍କ ଜନ୍ମଦିନ ଧୁମଧାମରେ ପାଳନ କରୁଥିଲାବେଳେ ସମାଜର ହିତ ପାଇଁ କାର୍ଯ୍ୟ କରିନଥାନ୍ତି । ହେଲେ ରବିବାର ଦିନ କଟକ ସଦର ଥାନା କୁରାଙ୍ଗଶାସନ ପଞ୍ଚାୟତର ନଡ଼ିଆଗୁରୁଡି ସ୍ଥିତ ଆମ୍ରପଲ୍ଲୀ ରିସୋର୍ଟସରେ ଯୁବ ସମାଜ ସେବୀ କଳ୍ପତରୁ ଖୁଣ୍ଟିଆ ନିଜର ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଥିଲେ ।
ସମାଜର ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିଆସୁଥିବା ଶ୍ରୀ ଖୁଣ୍ଟିଆ ନିଜ ଜନ୍ମଦିନରେ ରକ୍ତ ଦାନ ଶିବିର ଆୟୋଜନ କରିବା ସହିତ ଏକ ସାମ୍ବାଦିକ ଗଣମାଧ୍ୟମର ଲୋଗକୁ ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାବା ଅମୃତାନନ୍ଦ ମହାରାଜ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜର ଜନ୍ମ ଦିନରେ ସମାଜର ହିତ ସାଧିତ ହେଲା ଭିଳି କାର୍ଯ୍ୟ କରିବାକୁ କହିଥିଲେ ।
ଆୟୋଜିତ ରକ୍ତ ଦାନ ଶିବିର ସହିତ ସାମାଜିକ ଗଣମାଧ୍ୟମ ପ୍ରସାର ଓଡ଼ିଆର ଲୋଗ ଉନ୍ମୋଚନ କରାଯାଇଥିଲା । ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ସନ୍ୟାସୀ ଜି ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ଅତିରିକ୍ତ ଡିସିପି ଜିତେନ୍ଦ୍ର ପ୍ରସାଦ ଦଳାଇ, ଅତିରିକ୍ତ ଏସପି ଭାଗ୍ୟ ଲକ୍ଷ୍ମୀ ଦଳାଇ, ସମାଜସେବୀ ଜୟଶ୍ରୀ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ପ୍ରାଚୀ ଗବେଷକ ହଂସନାଥ ସାହୁ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଅରୁଣ କୁମାର ସାହୁ ଅତି ପରିଚୟ ପ୍ରଦାନ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଉପଢୌକନ ଏବଂ ମାନପତ୍ରଦେଇ ଯୁବ ସମାଜସେବୀ କଳ୍ପତରୁ ଖୁଣ୍ଟିଆ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ସମାଜସେବୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସେବକ ସମ୍ବର୍ଦ୍ଧନା ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ । କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସମିତି ସଭ୍ୟ କୈଳାସ ଚନ୍ଦ୍ର ସାହୁ, ଶିକ୍ଷକ ଅଜୟ କୁମାର ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result