ମୁଖ୍ୟବକ୍ତା ଭାବେ ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ପୂର୍ବତନ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ରାଜକିଶୋର ପାଲ୍ ଯୋଗଦାନ କରି ବିଭାଗର ନୀତିନିୟମ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସ୍ୱୟଂସହୟକ ଗୋଷ୍ଠି ଦ୍ୱାରା କିପରି ସ୍ୱରୋଜଗାର ହୋଇପାରିବ ସେ ସଂପର୍କରେ କହିଥିଲେ । ଅତିଥି ଭାବେ ଡକ୍ଟର ଶଶିଭୂଷଣ ମହାପାତ୍ର , ଅଧ୍ୟାପିକ ପୂର୍ଣ୍ଣିମା ସାହୁ, ଅଧ୍ୟାପକ ରତ୍ନାକର ଦାସ ଓ ଅଧ୍ୟାପିକା ଶୁଭଲକ୍ଷ୍ମୀ ଯୋଶୀ ଯୋଗଦାନ କରି ଆଶିର୍ବାଦ ପ୍ରଦାନ କରିଥିଲେ । ପାଠଚକ୍ର ସଂପାଦିକା ମଧୁସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିôବା ବେଳେ ମଧୁମିତା ନାୟକ ସଭା ପରିଚାଳନା କରିଥିଲେ ।
© 2023 Odisha Taza News.