No Result
View All Result
୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ଥାନା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ , ମାମାଢ଼ାବା ସମ୍ମୁଖରେ ମୁହାଁମୁହିଁ ଦୁଇ ବାଇକ୍ ଧକ୍କା ହେବା ଫଳରେ ଶିକ୍ଷକ ଜଣକ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ନୟାଗଡ ପଟୁ ଜଣେ ଶିକ୍ଷକ ହିରୋହୁଣ୍ଡା ଗାଡି ନଂ ( ଓ ଆର୍ ୦୨ଏ ଡବ୍ଲୁ – ୧୦୯୬) ରେ ନୂଆଗାଁ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଯାମହା ଆର୍- ୧୫ ଗାଡି ନଂ( ଓଡ଼ି – ୦୨ – ସି ସି – ୬୧୧୩)ସହ ଧକ୍କା ହୋଇଥିଲା। ବାଇକ୍ ଦୁଇଟି ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ।ଉଭୟ ପାର୍ଶ୍ଵରୁ ଆସୁଥିବା କିଛି ଯାତ୍ରୀ ଏବଂ ନୂଆଗାଁ କଲେଜ୍ ଛାତ୍ର ମାନଙ୍କ ଦ୍ଵାରା ଗୁରୁତର ଗାଡି ଚାଳକଙ୍କୁ ଉଦ୍ଧାର କରିଥିଲେ।ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେବାସହ ସ୍ଥାନୀୟ ନୂଆଗାଁ ପୁଲିସ୍ କୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରିଥଲେ।ନୟାଗଡ ଚିକିତ୍ସାଳୟରେ କନ୍ଦଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ କିଶୋର ସେନାପତି(୫୫) ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ମୃତ ଶିକ୍ଷକ ଜଣକ ନୟାଗଡ ବାଲୁଙ୍ଗା ଅଞ୍ଚଳର ବୋଲି ଜଣା ପଡ଼ିଛି । ୟାମହା ଆରୋହୀ ବଡ଼ଗୋଠ ଏକତାଳ ନୂଆପଲ୍ଲୀ ଗ୍ରାମର ଲୋଚନ ନାୟକ ଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।ଗାଡି ଦୁଇଟିକୁ ଜବତ କରିବା ସହ ୨୨୬/୨୪ ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଶିକ୍ଷକ ମହଲରେ ଶୋକ ର ଛାୟା ଖେଳି ଯାଇଛି।ତତ୍ ସହିତ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।
No Result
View All Result