No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା, ନିଆଳି ବ୍ଲକ ଅନ୍ତର୍ଗତ ଅଲଣ। ପଞ୍ଚାୟତର ମହଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ , ସନ୍ତୋଷୀ ମା’ଙ୍କର ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଣ୍ତିତ ପ୍ରଭାତ କୁମାର ଦାସଙ୍କ ଦ୍ଵାରା ମନ୍ତ୍ର ପୂଜା ପାଠ, ତର୍ପଣ ଏବଂ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ କର୍ତ୍ତା ଭାବେ ନରି ଭୋଇ, ପ୍ରଶାନ୍ତ ଭୋଇ , ମିଲୀ ଭୋଇ ରହିଥିବାବେଳେ ଏଥିରେ କାଳୀସିଆ ରୁମା ମା’ ପୂଜା ଅର୍ଚ୍ଚନା କରି ଜଗତର କଲ୍ୟାଣ ଲାଗି ଆଶିଷ ଭିକ୍ଷା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବେନୁ ଭୋଇ ,କାଶୀନାଥ, ଭୋଇ, ସମେତ ପ୍ରାଣକୃଷ୍ଣ, ରମେଶ, କାଳନ୍ଦୀ, ମଣି, ଟିକିନା, ଅଜୁ, ଲୋଚନ, ବଇଁଶିଧର, କମଳା, ବିନତା, ଲତା, କୁନ୍ତଳି, ବାସନ୍ତୀ, ଝରଣା, ବନିତା, ମାନ, ନୋକା ପ୍ରମୁଖ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମନ୍ଦୀର ପ୍ରତିଷ୍ଠା ଉପଲକ୍ଷେ ୫ଦିନ ବ୍ୟାପି ନାମ ସଂକୀର୍ତ୍ତନ, ରାସ ପୂର୍ଣ୍ଣିମା, ଭଜନ ସମାରୋହ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି ଉତ୍ସଵରେ ସରପଞ୍ଚ ପ୍ରତିମା ମଲ୍ଲିକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ରଞ୍ଜିତ ସାହୁ, ବିନୟ ଭୂଷଣ ପ୍ରଧାନ,

ମକର ଧୂଜ ସାହୁ, ପ୍ରମୋଦ ଭୋଇ, ସନ୍ତୋଷ ପ୍ରଧାନ, ଶିବ ସାହୁ, ଅକ୍ଷୟ ଜେନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ମା’ ଙ୍କ କାର୍ଯ୍ୟରେ ଉପସ୍ଥିତ ରହି ଶୁଭ ମନାସି ଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ମହଙ୍ଗ ଭୋଇ ସାହିରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିବା ଏହି ସନ୍ତୋଷୀ ମା’ଙ୍କର ଅଶେଷ ମହିମା ରହିଛି। ଏହି ମା’ ଙ୍କ ପୀଠରେ ପ୍ରତି ବର୍ଷ କାଳସୀ ଯାତ୍ରା ସମେତ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ, ପୂଜା ପାଠ, ନାମ ସଂକୀର୍ତ୍ତନ ମହାସମାରୋହରେ ପାଳିତ ହୋଇଥାଏ ।

ମା’ ଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି । ଗ୍ରାମର ମହିଳାମାନଙ୍କର ମା’ ଙ୍କ ପ୍ରତି ଅଗାଢ ଭକ୍ତି ଭାବ ଓ ନିଷ୍ଠା ,ବିଶ୍ଵାସ ରହିଥିବାରୁ ସେମାନେ ଏକାଠି ହୋଇ ସର୍ବଦା ମା’ଙ୍କ ରୀତିନୀତି ଅନୁଯାୟୀ ସେବା କାର୍ଯ୍ୟ କରି ଆସୁଛନ୍ତି। ମା’ ଙ୍କର ପୀଠରେ ସ୍ଥାୟୀ ଘର ନ ଥିବା ବେଳେ ଏବେ ନୂତନ ଘର ପ୍ରତିଷ୍ଠା ହେବାରୁ ମହଙ୍ଗ ଭୋଇ ସାହି ଗ୍ରାମରେ ଆନନ୍ଦ ଦେଖା ଦେଇଛି ।
No Result
View All Result