No Result
View All Result
୧୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପ୍ରାଚୀ ନଦୀ ତଟସ୍ଥ ପ୍ରସିଦ୍ଧ ନୂଆଗାଁସ୍ଥିତ ରାଧାକାନ୍ତ ମଠରେ ଆଜି ଅଁଳା ନବମୀରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଭାତ ରୁ ରାତ୍ର ପର୍ଯ୍ୟନ୍ତ ମା’ ରାଧାରାଣୀ ତଥା ଲକ୍ଷ୍ମୀଙ୍କ ପାଦ ଦର୍ଶନ କରିବା ସହିତ ନିଜକୁ ଧନ୍ୟ ମଣି ଥିଲେ ।
ପ୍ରତି ବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଆରମ୍ଭ ହୁଏ ମା’ ରାଧାରାଣୀ ତଥା ଲକ୍ଷ୍ମୀଙ୍କ ପାଦ ଦର୍ଶନ ।ଏହି ରାଧାକାନ୍ତ ମଠ ମହନ୍ତ ଦିବ୍ୟ କୃଷ୍ଣ ଦାସ ଉତ୍ସଵର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଉତ୍ସଵ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ,ପ୍ରଭାତରେ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ଗୀତା ଯଜ୍ଞ,
ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ମଠ ତରଫରୁ ଏକ ଦିବଶ୍ୟୟ୍ ଦାତବ୍ୟ ଚିକିତ୍ସାଳୟ ଖୋଲାଯାଇ ଥିଲା । ମଠ ତରଫରୁ ଭକ୍ତମାନଙ୍କ ପାଇଁ ଖେଚୁଡି ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବକୁ ପରିଚାଳନ କରିବାରେ ମଠର ବହୁ ଭକ୍ତମାନେ ସହଯୋଗ କରିଥିଲେ ।

No Result
View All Result