No Result
View All Result
୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ଜିଲ୍ଲା ଆର୍ଯ୍ୟ ସମାଜରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓ ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ ।
ଚଳିତ ବର୍ଷ ପାଇଁ କାନପୁର ସୁରେନ୍ଦ୍ର କୁମାର ଦାସ ସଭାପତି , ବାଙ୍କୀର ମନୋଜ କୁମାର ମହାପାତ୍ର-ଉପସଭାପତି, କଟକ ସହରର କାଳୁଚରଣ ବେହେରା -ସଂପାଦକ , ନରିସଂହପୁରର ଅନୀମା ମହାପାତ୍ର -ସହସଂପାଦକ, କୋଷାଧ୍ୟକ୍ଷ ବଡମ୍ବା -ମାଗୁଣୀ ସାହୁ ଏବଂ ସୁରେନ୍ଦ୍ର କୁମାର ଦାସ, କାଳନ୍ଦୀ ଚରଣ ମିଶ୍ର, ଦୁର୍ଯ୍ୟୋଧନ ବରାଳ, ସ୍ଥିତିପ୍ରିୟ ବାନପ୍ରସ୍ତ ପ୍ରମୁଖ ଉପଦେଷ୍ଟା ଭାବେ ନିର୍ବାଚିତ ହୋଇଛନ୍ତି ।

No Result
View All Result