No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ସାହାଡାପଦା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପରିବେଶ ସଚେତନତା, ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୁଳସୀପୁର ପ୍ରକୃତିବନ୍ଧୁ ସଂଗଠନର ଆବାହକ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପରିବେଶକୁ ସରସ ସୁନ୍ଦର କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପରମଗୁରୁ, ଶିକ୍ଷୟିତ୍ରୀ ପ୍ରଭାତୀ ପଣ୍ଡା, ଉତ୍କଳ ମହାରଣା, ବିଜୟଲକ୍ଷ୍ମୀ ସାମନ୍ତରାୟ, ପ୍ରଶାନ୍ତ ବେହେରା, ରୀତା ପରିଡା , କାନ୍ତିମୟୀ ବେହେରା, ଗୀତାଞ୍ଜଳି ମହାରଣା, ଛବି ଦେଇ, କାହ୍ନୁଚରଣ ବେହେରା, ମଞ୍ଜଳା ପରିଡା ପ୍ରମୁଖ ଯୋଗଦାନ କରି ପରିବେଶ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଔଷଧିୟ ବୃକ୍ଷ ରୋପଣ କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା ।
No Result
View All Result