No Result
View All Result
କଳସ ଯାତ୍ରା ଅନୁଷ୍ଠିତ
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ରାସୋଳ ଗ୍ରାମରେ ଆଜି ରାମ ଚରିତ ମାନସ ଜ୍ଞାନଯଜ୍ଞ ଆରମ୍ଭ ହୋଇଯାଇଛି l ଏହି ଉପଲକ୍ଷେ ଆଜି ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ କରି ଗ୍ରାମର ପୋଖରୀରେ କଳସ ବୁଡାଇ ଗ୍ରାମର ଆରାଧ୍ୟ୍ୟ ଦେବତା ଶ୍ରୀ ଶ୍ରୀ ଭୋଲେଶ୍ଵର ଦେବଙ୍କ ପୀଠରେ ପୂଜାର୍ଚ୍ଚନା କରି ଗ୍ରାମ ପରିକ୍ରମା କରି ଶ୍ରୀ ହନୁମାନ ଶ୍ରୀଜୀଉଙ୍କ ମନ୍ଦିର ଯଜ୍ଞ ପୀଠ ପ୍ରାଙ୍ଗଣରେ ଘଟ ସ୍ଥାପନ କରାଯାଇଥିଲା l ଏହି ପୂଜାରେ କର୍ତ୍ତା କର୍ତ୍ତୀ ଭାବେ ଅଜୟ କୁମାର ପାଲଟାସିଂହ ଏବଂ ତାଙ୍କ ଧର୍ମପତ୍ନୀ କୁସୁମ ଦେଇ ପୂଜାପାଠରେ ନିୟୋଜିତ ରହିଥିଲେ l ସନ୍ଧ୍ୟା ଆଳତୀ, ପୂଜାର୍ଚ୍ଚନା କରାଯାଇ ରଘୁନାଥଦେବ ମୃଣ୍ମୟ ମୃତ୍ତିଙ୍କ ଜୀବନ୍ୟାସ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା l
ଗ୍ରାମର ଗ୍ରାମ ଦେବତୀ ମା ‘ କୁଣ୍ଡାଖାଇ ଦେବୀ, ରଘୁନାଥଦେବ, ବାଉତି ଠାକୁରାଣୀ, ହେଙ୍ଗୁଳାଇ ଦେବୀ ଆଦି ଗ୍ରାମର ଦେବାଦେବୀଙ୍କ ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ ପରିକ୍ରମା କରିଥିଲେ l ଗ୍ରାମର ଶ୍ରୀ ଚୈତନ୍ୟ ଦେବ ସଂଙ୍କିର୍ତ୍ତନ ମଣ୍ଡଳୀ ଦ୍ଵାରା ଭଜନ ସମାହାର କରାଯାଇଥିଲା l ଏହି ରାମଚରିତ ମାନସ ଚାରି ଦିନ ଧରି ଆୟୋଜିତ ହେଉଥିବାବେଳେ ଆସନ୍ତା କାଲି ସୋମବାର, ମଙ୍ଗଳ ବାର ସନ୍ଧ୍ୟାରେ ସୁନାମଧନ୍ୟ ରାମପ୍ରେମୀ ପ୍ରବଚକ ଚାରଣ ହରିହର ଜେନା ରାମକଥା ଉପରେ ପ୍ରବଚନ ଦେବେ l
ବୁଧବାର ଦିନ ପୂର୍ଣ୍ଣାହୁତି ପ୍ରଦାନ କରାଯିବ l ଏହି ରାମଚରିତ ମାନସ ଜ୍ଞାନଯଜ୍ଞ ପାରାୟଣରେ ବ୍ୟାସ ଲକ୍ଷ୍ମୀକାନ୍ତ ମହାପାତ୍ର, ଆଚାର୍ଯ୍ୟ କିଶୋର କୁମାର ପାଣି, ଅନିରୁଦ୍ଧ ପଣ୍ଡା ଏବଂ ପ୍ରତାପ ପଣ୍ଡା ପୂଜାର ଦାୟିତ୍ୱ ନିର୍ବାହ କରି ସମସ୍ତ ପୂଜାକର୍ମ ପାଠ କରିଥିଲେ l ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଓ ରାମପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଭଗବାନଙ୍କଦର୍ଶନ କରି ସାନିଧ୍ୟଲାଭ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି l
No Result
View All Result