No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ବଡଶଙ୍ଖ କାଳୀପୂଜା କମିଟି ର ସଭାପତି ହରିହର ପାଢ଼ୀଙ୍କ ଅଧକ୍ଷତା ରେ ମାକାଳୀଙ୍କ ପୂଜା ସହିତ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଉଛି l ଏଥିସହିତ ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ପୁରୀ ଏବଂ ବିଭିନ୍ନ ଜିଲ୍ଲାର କଳାକାର, ସମାଜସେବୀ, ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଉଛି l
ଏହି କାର୍ଯ୍ୟକ୍ରମ ରେ ସଭାପତିଙ୍କ ସହିତ ସମ୍ପାଦକ ଦିଲ୍ଲୀପ କୁମାର ବଳ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା, ବ୍ରଜଦିତ୍ୟ ତ୍ରିପାଠୀ, ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ, ପୂର୍ବତନ କାଉଁସିଲର ଘନଶ୍ୟାମ ମର୍ଦରାଜ, ପୂର୍ବତନ ପୁରୀ ମେଡିକାଲ CDM ତ୍ରିଲୋଚନ ବରାଳ, ବୀରେନ୍ଦ୍ର ହୋତା ପ୍ରମୁଖ ମଞ୍ଚାସିନ ହୋଇ ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ l
No Result
View All Result