No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ରଗଡି ଗୋଶାଳା ପରିସରରେ ଗିରିଗୋବର୍ଦ୍ଧନ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଗୋପାଳଜୀଉଙ୍କ ସ୍ନାନ ସମାପନ ଓ ବାଳଧୂପ ପରେ ସୂର୍ଯ୍ୟପୂଜା, ହୋମ ଓ ମଧ୍ୟାହ୍ନରେ ବସୁଧା ଟ୍ରଷ୍ଟର ସଭାପତି ଆଇନଜୀବୀ ଅଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ପ୍ରକୃତି ପର୍ଯ୍ୟାବରଣ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପସଭାପତି ସିଦ୍ଧେଶ୍ୱର ପାଇକରାୟ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଢ଼େଙ୍କାନାଳ ବିଭାଗର ମୁଖ୍ୟ ପ୍ରଭାତ କୁମାର ସାହୁ ମୁଖ୍ୟବକ୍ତା, କବିକୌଶିକ ନାୟକ ସମ୍ମାନିତ ଅତିଥି,
ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ମୁଖ୍ୟଅତିଥି, ଏନ୍.ଏ.ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ସମାଜସେବୀ ସୁବୋଳ ବେହେରା, ବାଙ୍କୀ କଲେଜ ପୂର୍ବତନ ଅଧ୍ୟକ୍ଷ ସଦାନନ୍ଦ ବାରିକ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ଅବକ୍ଷୟମୁଖୀ ସମାଜକୁ ରୋକିବାର କେବଳ ଗୋ ବଂଶ ସହାୟକ ହୋଇଥାଏ ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚନ୍ଦନ କୁମାର ନାୟକ, ପ୍ରଭାତ ରଣା, କବିରାଜ ଦାସ, ନିଲୁ ପଣ୍ଡା, ପଦ୍ମଲୋଚନ ନାୟକ, କାଳିଆ ମଲ୍ଲିକ, ଜଗତମାତା ସାହୁ, ସୁବ୍ରତ ପ୍ରଧାନ, ତୃପ୍ତରଞ୍ଜନ ପଣ୍ଡା, ସୁରେନ୍ଦ୍ର ବିଶ୍ୱାଳ, ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
No Result
View All Result