No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଲୋକସେବା ଭବନରେ ଅକ୍ଟୋବର ୩୧ ତାରିଖ ଗୁରୁବାର ଦିନ ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।
ସମସ୍ତେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ସମର୍ପିତ ରହିବା ସହ ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପ୍ରସାର ପାଇଁ ପ୍ରଯତ୍ନ କରିବା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୋଗଦାନ କରିବାକୁ ଶପଥ କରିଥିଲେ । ରାଷ୍ଟ୍ରୀୟ ଏକତା ଦିବସ ଆମର ଏକତା, ଅଖଣ୍ଡତା ରକ୍ଷା ସହିତ ଦେଶର ନିରାପତ୍ତା ପ୍ରତି ବିପଦକୁ ମୁକାବିଲା କରିବା ପାଇଁ ଆମ୍ଭମାନଙ୍କର ଅନ୍ତର୍ନିହିତ ଶକ୍ତି ଏବଂ ସହନଶୀଳତାକୁ ସୁନିଶ୍ଚିତ କରିବା ନିମନ୍ତେ ପୁନଃ ପ୍ରତିବଦ୍ଧ ହେବା ପାଇଁ ସ୍ୱତନ୍ତ୍ର ଅବସର ଦେଇଥାଏ ।
ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ ଶାଖାର ଅତିରିକ୍ତ ଶାସନ ସଚିବ, ବରିଷ୍ଠ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ ।
No Result
View All Result