No Result
View All Result
୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବାବୁଲି ପଣ୍ଡା । ସୂଚନା ଅନୁଯାୟୀ ବାବୁଲି ଗାଁର ଖଜୁରୀ ବନ୍ଧ ନାମକ ଏକ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ସେଠାରୁ ସେ ନିଖୋଜ ଥିଲେ । ତେବେ ବାବୁଲିଙ୍କ ଚପଲ ପୋଖରୀ ନିକଟରେ ଥିବା ଦେଖି ସ୍ଥାନୀୟ ଲୋକେ କଳାପଥର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାବୁଲି ପୋଖରୀରେ ବୁଡି ଯାଇଥିବା ସନ୍ଦେହରେ ପୋଖରୀ ଖୋଜାଖୋଜି କରିଥିଲେ । ତେବେ ବିଳମ୍ବିତ ସମୟ ଧରି ଖୋଜିଥିଲେ ମଧ୍ୟ ବାବୁଲିଙ୍କ କୌଣସି ସନ୍ଧାନ ମିଳି ନ ଥିଲା । ଆଜି ସକାଳୁ ବାବୁଲିଙ୍କ ମୃତଦେହ ଉକ୍ତ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ପରେ କଳାପଥର ଅଗ୍ନିଶମ ବିଭାଗ ଓ ବାଙ୍କୋଈ ଫାଣ୍ଡି ପୋଲିସକୁ ଖବର ଦେବା ପରେ ବାବୁଲୀଙ୍କ ମର ଶରୀର ଉଦ୍ଧାର କରିଥିଲା । ପୋଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ତେବେ ଏହି ଘଟଣାରେ ବାବୁଲିଙ୍କ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
No Result
View All Result