No Result
View All Result
୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପ୍ରତାପ ନଗରୀ ନିକଟସ୍ଥ ଡେଲଟା ଗଡା ଠାରେ ଏକ ବାଇକ ଆରୋହୀ ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ରୁ କଟକ ଆସୁଥିଲେ । ହଟାତ୍ ଭାରସାମ୍ୟ ହରାଇ ଏକ ସ୍କୂଟି ସହ ଧକ୍କା ହୋଇ ଯାଇଥିଲେ । ଦୁର୍ଘଟଣା ଘଟିଥିବା ସ୍କୂଟିରେ ଜଣେ ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ଓ ଛୋଟ ପୁଅ ଥିଲେ ।
ଉକ୍ତ ସ୍କୂଟି ରେ ଥିବା ମହିଳା ଜଣକ ଆହତ ହୋଇ ତଳେ ପଡିଥିଲେ । ସେହି ସମୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏକ ଜରୁରୀ କାର୍ଯ୍ୟରେ ତେଲଙ୍ଗାପେଣ୍ଠରୁ କଟକ ଅଭୁମୁଖେ ଆସୁଥିବା ସମୟରେ,
ଦୁର୍ଘଟଣା ରେ ଆହତ ମହିଳାଙ୍କୁ ଦେଖି ତାଙ୍କୁ ଉଦ୍ଧାର କରିବା ସହିତ ନିଜ ଗାଡ଼ିରେ ବସାଇ କଟକ ଏସସିବି ମେଡିକାଲକୁ ନେଇ ଆଶୁଚିକିତ୍ସା କରାଇବା ସହିତ ଆହତ ମହିଳା ଜଣଙ୍କୁ ତାଙ୍କ ଘର କେନ୍ଦ୍ରପଡାକୁ ପଠାଇଥିଲେ । ବିଧାୟକ ଶ୍ରୀ ସେଠୀଙ୍କ ଏହି ମହନୀୟତା କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମେତ ବିଜେପି କର୍ମୀ, ସଦର ବାସୀ ତାଙ୍କୁ ଭୃୟସୀ ପ୍ରଶଂସା କରିଛନ୍ତି ।

No Result
View All Result