No Result
View All Result
“ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି”
୩୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗତକାଲି ମଙ୍ଗଳବାର ସକାଳେ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ୍ ତରଫରୁ ଏକ ରାଜ୍ୟସ୍ତରୀୟ ଶୋଭାଯାତ୍ରା ତଥା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ ଭବନ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ଆରକ୍ଷୀ ନିରୀକ୍ଷକ ଶ୍ରୀ ସଂଜୟ କୁମାର କୌଶଳ ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରା ତଥା ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ, ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ୍ ଶ୍ରୀମତୀ ଅନୁପମା ଜେମ୍ସ୍, ଆରକ୍ଷୀ ଅଧିକ୍ଷକ, ଭିଜିଲାନ୍ସ ସେଲ ଡିଭିଜନ, କଟକ ଶ୍ରୀ ଏମ୍. ରାଧାକ୍ରୀଷ୍ଣ, ଡିଆଇଜି, ସିବି ଶ୍ରୀ ଆର୍. ପ୍ରକାଶ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରା ଶେଷ ପର୍ଯ୍ୟନ୍ତ ସଚେତନତାରେ ସାମିଲ ହୋଇଥିଲେ । 
ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶା ସ୍କେଟିଂ ଏକାଡେମୀ,ଭୁବନେଶ୍ୱରର ଛାତ୍ରଛାତ୍ରୀ ଯୋଗଦେଇ ରାଜ ଭବନ ଛକଠାରୁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ରିଜର୍ଭ ଅଫିସ୍, ପୋଲିସ କମିସନରେଟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଭିଜିଲାନ୍ସ ଡିଭିଜନ ତରଫରୁ ଭିଡିଓ ଓ୍ୱାଲ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୁର୍ନୀତି ନିବାରଣ ସଚେତନତା ବାର୍ତ୍ତା ପ୍ରଚାର ସହିତ ଛାତ୍ରଛାତ୍ରୀମାନେ ବ୍ୟାନର,
ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଦୁର୍ନୀତିକୁ ନା କହିବା, ଲାଞ୍ଚ ଦେବା ଓ ନେବା ଏକ ଆଇନଗତ ଧର୍ତ୍ତବ୍ୟ ଅପରାଧ, ଦୁର୍ନୀତି ମୁକ୍ତ ସମାଜ ଗଠନ କରିବା, ଶପଥ ନେଇ ଦୁର୍ନୀତିକୁ ଲୋପ କରିବା ଭଳି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।
No Result
View All Result