No Result
View All Result
ମୁଖିଆ ପାଲଟିଗଲେ କି ଧୂର୍ତ୍ତରାଷ୍ଟ୍ର
୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ଥିଲା ଭିଜିଲାନ୍ସ ଦିବସ । ଦୁର୍ନୀତି ନିବାରଣ ପାଇଁ ସରକାରୀ ସ୍ତରରେ ଶପଥ ଗ୍ରହଣ କରାଯାଉଛି । ଆଜିର ଦିବସରେ ପୁରୀ ପୂର୍ତ୍ତବିଭାଗ କାର୍ଯ୍ଯାଳୟ ପରିସରରେ ଏକ ଅଦ୍ଭୂତପୂର୍ବ ଦୃଶ୍ଯ ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ଓଡି ୩୩ ଏଜେ ୬୭୦୯ ବୋଲେରୋ ଗାଡି ଟି କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିଥିଲା । ଗାଡିରୁ ଜଣେ ବ୍ଯକ୍ତି ଅଫିସ ଭିତରକୁ ଯାଇ ନାଲିଖାମ ଓ କିଛି ଡବା ଉପରେ ନାଲି ଜରି ଗୁଡା ଯାଇଥିବା ଜିନିଷ ବୋହିବାକୁ ଲାଗିଲେ । ଅନ୍ଯ ଜଣେ ବ୍ଯକ୍ତି ହିନ୍ଦି ଭାଷାରେ କଥାବାର୍ତ୍ତ କରୁଥିଲେ । ଏହି ସମୟରେ ଆମ ଆଦମୀ ପାର୍ଟିର କିଛି କର୍ମୀ ଏହି ପ୍ଯାକେଟ କଣ ଓ କାହିଁକି ଦେଉଛ ସହ ପରିଚୟ ପଚାରିବାରେ ଗାଡ଼ି ଷ୍ଟାର୍ଟ କରି ପଳାଇଥିଲେ । ଶୁଣାଯାଉଛି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବଡ ବିଲ୍ଡିଂ ନିର୍ମାଣ ଚାଲିଛି ।
ଏହି ବିଲ୍ଡିଂ କୁ ପୁରୀ ଜିଲ୍ଲା ବାହାର ଠିକାଦାର କାର୍ଯ୍ଯ କରୁଛନ୍ତି । ଦୁର୍ଗା ପୂଜା ଓ କାଳୀ ପୂଜା ପାଇଁ ବିଭାଗର ମୁଖିଆଙ୍କୁ ଖୁସି କରିବା ପାଇଁ ଏହି ପ୍ଯାକେଟ ଦିଆଯାଉଥିବା ଅଭିଯୋଗ ହୋଇଛି । ବିଭାଗର କେତେକ ଧୃତ ଠିକାଦାର ବେଆଇନ ଠିକାଦାରି କରି ମିଥ୍ୟା ବିଲ ଜରିଆରେ କୋଟି କୋଟି ଟଙ୍କା ହାତଉଥିବା ଆଲୋଚନା ହେଉଛି । ମୁଖିଆ ସବୁ ଜାଣି ଭିଟାମିନ ମୋହରେ ଧୃତରାଷ୍ଟ୍ର ପାଲଟିଥିବା କୁହାଯାଉଛି ।
ମୁଖିଆ ପୁରୀରେ କାର୍ଯ୍ଯରତ ଥିଲେ ମଧ୍ଯ ସବୁବେଳେ ଭୁବନେଶ୍ବର ରହୁଛନ୍ତି । ଠିକାଦାର ମୁଖିଆଙ୍କୁ ପୁରୀ ଅଫିସରେ ଖୋଜିଲେ ଉତ୍ତର ମିଳୁଛି ଖୋର୍ଦ୍ଧା କାର୍ଯ୍ଯାଳୟର ଚାର୍ଜ ନେଇଛନ୍ତି । ଖୋର୍ଦ୍ଧା କାର୍ଯ୍ଯାଳୟରେ ପଚାରିଲେ ବାବୁ ପୁରୀରେ ଅଛନ୍ତି ବୋଲି କୁହାଯାଉଛି । ବାବୁଙ୍କ ଏଭଳି ଅଭିନୟକୁ କାର୍ଯ୍ଯାଳୟର କର୍ମଚାରୀ, ଠିକାଦାର ଓ ସାଧାରଣ ଜନତା ନାପସନ୍ଦ କରିଛନ୍ତି । ଖାଲି ଏହି ଗୋଟିଏ ଘଟଣା ନୁହେଁ ଏମିତି ବର୍ଷ ତମାମ କେତେକ କୋଟିପତି ଠିକାଦାର ଏଭଳି ଗିଫଟି ଦେଉଥିବା ଅଭିଯୋଗ ହେଉଛି । ମୁଖିଆଙ୍କ ବଦଳି ସହ ବାବୁଙ୍କ କଳା ସମ୍ପତ୍ତି ସଂପର୍କରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
No Result
View All Result