No Result
View All Result
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ତଥା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାଙ୍କୀ ବ୍ଲକର ସାଁପୁର, ଗୋଳାଗଣ୍ଡ, ଘୋଡାବର, ବନ୍ଦାଳ ଓ ଡମପଡ଼ା ବ୍ଲକର ବିଲିପଡା, ଡମପଡ଼ା, ତାଳବସ୍ତ ଅଞ୍ଚଳ ଗ୍ରସ୍ତ କରି ଜନସାଧାରଣଙ୍କ ସହିତ ବାତ୍ୟା ସଂପର୍କରେ ଆଲୋଚନା କରିବା ସହିତ ଭୟଭୀତ ନହୋଇ ସମସ୍ତେ ସମୂହ ଭାବରେ ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ଅନୁରୋଧ କରିଥିଲେ ।
ସମସ୍ତ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଦେବାପାଇଁ ଶ୍ରୀ ଚକ୍ରବର୍ତ୍ତୀ ବାଙ୍କୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ ଲୋକସଭା ସଦସ୍ୟଙ୍କ ପ୍ରତିନିଧି ସରୋଜ କୁମାର ମତଗଜ ସିଂହ, ବରିଷ୍ଠ ବିଜେପି ନେତା ସରୋଜ କୁମାର ସାମନ୍ତରାୟ, ଦେବାଶିଷ ମାନସିଂହ, ସଂଜୟ ରଣା, ଜୟନ୍ତ ବେଉରା ପ୍ରମୁଖ ସାମିଲ୍ ହୋଇଥିଲେ ।
No Result
View All Result