ସେମାନଙ୍କ ଗାଁ ନବଗରଙ୍ଗପୁର ଜିଲ୍ଲାରେ ହୋଇଥିଲେ ମଧ୍ୟ ଗତ କିଛି ଦିନ ହେଲା ସେମାନେ ପାରଳାଖେମୁଣ୍ଡିରେ ରହି ତାଲା ପଡ଼ିଥିବା ଘରୁ ଚୋରି କରୁଥିଲେ ବୋଲି ଜଣାପଡ଼ିଛି। ଗତ ୧୪ ତାରିଖ ସକାଳେ କାଶୀନଗରର ବି.କେ ରାମକୃଷ୍ଣ ସପରିବାର ଆନ୍ଧ୍ରର ଟେକିଲି ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଘରକୁ ଫେରିଲା ବେଳକୁ ତାଲା ଓ କବାଟ ଭଙ୍ଗାଯାଇ ଜିନିଷପତ୍ର ଏଣେତେଣେ ପଡ଼ିଛି। ସେ କାଶୀନଗର ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା | ରାମକୃଷ୍ଣଙ୍କ ଘରୁ ପ୍ରାୟ ୧୦ ତୋଳା ସୁନା, ୫୦ ତୋଳା ରୁପା ଅଳଙ୍କାର ଏବଂ ଅଢ଼େଇ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ରାମକୃଷ୍ଣ ଅଭିଯୋଗ କରିଥିଲେ ।
ସେହିଭଳି, ଗତ ୧୭ତାରିଖରେ ଗୁରାଣ୍ଡି ଥାନା ଆର.ସୀତାପୁର ଗାଁର ସନ୍ତୋଷ ବିଶ୍ଵାଳ ଘରେ ତାଲା ପକାଇ ଯାଇଥିଲେ। ରାତି ପ୍ରାୟ ୮ଟା ବେଳେ ଘରକୁ ଫେରିଲା ବେଳକୁ ତାଲା ଓ କବାଟ ଭଙ୍ଗାଯାଇ ୨ତୋଳା ସୁନା ଓ ୨ହଜାର ଟଙ୍କା ଚୋରି ହୋଇଥିଲା । ସମାନ ଢଙ୍ଗରେ ଉଭୟ ଚୋରି ଘଟଣାକୁ ନେଇ ପୁଲିସ୍ ଏହି କାମ ଗୋଟିଏ ଗ୍ୟାଙ୍ଗ୍ର ବୋଲି ସନ୍ଦେହ କରିଥିଲା। ଏସ୍ପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ କରାଯାଇଥିଲା। ଆଜି ମଧ୍ୟାହ୍ନରେ କାଶୀନଗର ଥାନା ହାଡୁଭାଙ୍ଗି ଠାରେ ଦୁଇ ଦମ୍ପତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ଧରି ପଚରାଉଚରା କରିଥିଲା। ଶେଷରେ ସେମାନେ ଚୋରି କରିଥିବା ମାନି ଯାଇଥିଲେ । ପୁଲିସ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଓ ରୁପାଳଙ୍କାର ଏବଂ ଟଙ୍କା ଜବତ କରିଥିଲା। ଦୁଇ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।
© 2023 Odisha Taza News.