No Result
View All Result
୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବାତ୍ୟା “ଦାନା”ର ମୁକାବିଲା ପାଇଁ ପ୍ରଶାସନକୁ ସଚେତନ କରିବା ଏବଂ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚି ବିଭିନ୍ନ ସେବା ଯୋଗାଇବା ନିମନ୍ତେ ଆଜି ବାଲେଶ୍ଵର ଜିଲ୍ଲା ସ୍ତରରେ ବିଜୁ ଜନତା ଦଳର ଏକ Response Team ଗଠନ କରାଗଲା । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ
ଆସିଥିବା ବେଳେ ମୋ ସମେତ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକମାନେ ଏକତ୍ର ହୋଇ ବାତ୍ୟାରେ “ଜିରୋ କାଜୁଆଲିଟି ” ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପବଦ୍ଧ ହେଲୁ । ଏହି ମର୍ମରେ ଏକ ସ୍ମାରକପତ୍ର ବାଲେଶ୍ଵର ବାତ୍ୟା ମୁକାବିଲା ଦାୟିତ୍ଵରେ ଥିବା ପୂର୍ବତନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଗଲା ।

No Result
View All Result