No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ବଜ୍ରପାତ ଉପକୂଳ ଅଞ୍ଚଳରେ ମୃତ୍ୟୁର ତାଣ୍ଡବ ରଚୁଛି । ଗୋପ ଓ କାକଟପୁର ବ୍ଲକ ଅଞ୍ଚଳରେ ଦୁଇ ଦିନରେ ତିନି ଜଣଙ୍କର ବଜ୍ରପାତରେ ଜୀବନ ଯାଇଛି । ଗତକାଲି କାକଟପୁର ବ୍ଲକର କାଦୁଆ ନୂଆପଡ଼ା ପଞ୍ଚାୟତର ତିରୁଣା ଗାଁ ପାଖରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ଗୋପ ବ୍ଲକର ଏରବଙ୍ଗ ପଂଚାୟତ ଡିହ ସାହିରେ ଦୁଇ ଜଣଙ୍କ ଜୀବନ ଯାଇଛି ।

ଖବରରୁ ଜଣାପଡିଛି ଯେ ,ଡିହ ସାହିର ସରସ୍ଵତୀ ସ୍ବାଇଁ (୧୮) ମା ଙ୍କ ଦଶାହ କର୍ମ ପୋଖରୀ ତୁଠରେ ଚାଲିଥିବା ବେଳେ ବଜ୍ରପାତ ସସ୍ପଂଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ସେହିପରି ଉକ୍ତ ଗ୍ରାମର କବୁଲା ଭୋଇ ଙ୍କ ସ୍ତ୍ରୀ ରିନା ଭୋଇ (୪୫) କୌଣସି କାମରେ ଘରୁ ବାହାରକୁ ଆସିବା ସମୟରେ ବଜ୍ରପାତ ଆଘାତ ଲାଗିଥିଲା । ଉଭୟଙ୍କୁ ଗୋପ ଡାକ୍ତରଖାନାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗୋପ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି ।
ଖବର ପାଇ ସମାଜସେବୀ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ସ୍ବାମୀ ସୁନ୍ଦର ନାୟକ ଏବଂ ଗୋପ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବପ୍ରସାଦ ସ୍ବାଇଁ ଦୁଇ ଶୋକାକୁଳ ପରିବାରଙ୍କୁ ଆଶ୍ଵାସନା ଦେବା ସହ ସରକାରୀ ସହାୟତା ମିଳିବା ପାଇଁ ସଂପୂର୍ଣ୍ଣ ସହଯୋଗ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଗୋଟିଏ ଗାଁ ର ଉଭୟଙ୍କ ମୃତ୍ୟୁ ଯୋଗୁ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
No Result
View All Result