No Result
View All Result
୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସ୍ୱଚ୍ଛ ଭାରତ ମିଶନ ପାଇଁ ସରକାର ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପରିବେଶକୁ ସଫାସୁତୁରା ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଛି । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ତୃଣମୂଳ ସ୍ତରରେ ଏହାର ତଦାରଖ ଠିକ୍ ଭାବରେ ହୋଇପାରୁନାହିଁ । ତେଣୁ, ଆର. ଉଦୟଗିରି ବ୍ଲକ୍ ରେ ଏହି ଯୋଜନା ଏକ ପ୍ରକାର ବାଟ ହୁଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସ୍ୱଚ୍ଛ ଭାରତ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଜୋରସୋରରେ ପ୍ରଚାର ଓ ପ୍ରସାର ହେଉଛି।
ଏହି ବ୍ଲକ୍ ରେ କେବଳ କାଗଜ କଲମରେ ଏବଂ ପ୍ରଚାର ପ୍ରସାରରେ ଏହା ସୀମିତ ରହୁଥିବା ଅନୁମାନ କରାଯାଉଛି। ସ୍ଥାନୀୟ ବ୍ଲକ୍ ପ୍ରଶାସନ ଅଧିକାରୀଙ୍କ ତଳିଆ କର୍ମଚାରୀ ମାନଙ୍କ ଦାୟିତ୍ୱ ହୀନତା, ଅବହେଳା ଯୋଗୁଁ ଅସୁରକ୍ଷିତ ଭାବରେ ପଡ଼ି ରହିଛି ଲୋକଙ୍କ ଅଭିଯୋଗ ପତ୍ର ଦସ୍ତାବିଜ ଗୁଡ଼ିକ ଖୋଲା ଆକାଶ ତଳେ ବ୍ଲକ୍ କାର୍ଯ୍ୟାଳୟ ପଛ ପଟେ ପଡ଼ି ରହିଛି। ଆର. ଉଦୟଗିରି ବ୍ଲକ୍ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ଏପରି ଖାମ ଖିଆଲ ନୀତି ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
କେନ୍ଦ୍ର ସରକାରଙ୍କ ସ୍ୱଚ୍ଛତା ନାରାକୁ ବେଖାତିର କରୁଛନ୍ତି ଆର.ଉଦୟଗିରି ବ୍ଲକର ତଳିଆ ସରକାରୀ କର୍ମଚାରୀ । ସ୍ୱଚ୍ଛତା ପ୍ରତି ସରକାରୀ କର୍ମଚାରୀ ମାନଙ୍କ ଆନ୍ତରିକତାର ଅଭାବ ଦାୟିତ୍ବ ହୀନତା ହେତୁ ଏହି ଅଭିଯାନ ଫଳପ୍ରଦ ହୋଇପାରୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ସେହିପରି ଆର,ଉଦୟଗିରି ଗ୍ରାମର ବିଭିନ୍ନ ସାହିରେ ନିଳ ଓ ଖାଲି ପଡିଥିବା ଜାଗାରେ ଗାଡି ଉଆଳି ପଡିରହିଛି । ଏହିପରି ଏକ ଦୃଶ୍ୟ ଦେଇଥିବା ମିଳୁଛି ସ୍ଥାନୀୟ ବ୍ଳକ କଲୋନରେ ରହୁଥିବା ବ୍ଳକ ଅଧ୍ୟକ୍ଷ ବାସଭବମ ପଛପଟେ ଉଆଳି ଗଦା ହୋଇ ପଡିଥିବା ଦେବାକୁ ମିଳୁଛି ।
No Result
View All Result