No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଠାରେ ବାଇକକୁ ଧକ୍କା ଦେଇ ହଠାତ୍ ଜଳିଗଲା ଯାତ୍ରୀବାହୀ ବସ୍. ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି. ସୋମବାର ସକାଳେ ବାଲେଶ୍ଵରରୁ ମା ଶାରଳା ନାମକ ଘରୋଇ ଯାତ୍ରୀବାହୀ ବସଟି ୫୦ ଜଣ ଯାତ୍ରୀଙ୍କୁ ନେଇ ଭୂବନେଶ୍ୱର ଯାଉଥିବା ବେଳେ କାକେରା ବଜାର ଠାରେ କଟକ ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା. ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା.
ମୃତକ କଟକ ପରମହଂସର ବଳରାମ ସାହୁ ୩୩ ବର୍ଷ ଏବଂ ସେ ଭଦ୍ରକ ଧୁସୁରୀରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି ଅଜି କଟକ ଫେରୁଥିବାବେଳେ ଛତିଆ ନିକଟସ୍ଥ ଭଟସାଗର କାକରା ବଜାରରେ .ଏକ ବୋଲେରୋ ହଠାତ୍ ଡାହାଣ ପଟକୁ ମାଡି ଆସିବାରୁ ଯୁବକ ଜଣକ ହଠାତ୍ ଡାହାଣ ପଟକୁ କାଟିଦେଇଥିଲେ
ଫଳରେ ବସ ଭିତରେ ବାଇକ୍ ପସି ଯାଇଥିଲା ମାତ୍ର ବସଟି ଦୁର୍ଘଟଣାଗ୍ରସ୍ତ ବାଇକକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାରୁ ଅଗ୍ନିକାଣ୍ଡ ଘଟି ବସଟି ଜଳି ଯାଇଥିଲା. ଖବର ପାଇ ଦୀର୍ଘ ସମୟ ପରେ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ , ବୈରୀ ଥାନା ଅଧିକାରୀ ଶରତଚନ୍ଦ୍ର ନାୟକ ଓ ଛତିଆ ବିଟ୍ ହାଉସ ଅଧିକାରୀ ମହେନ୍ଦ୍ର କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ. ପ୍ରାୟ ୨ ଘଣ୍ଟା ପରେ ରାସ୍ତା ସ୍ବଭାବିକ ହୋଇଥିଲା.
No Result
View All Result