No Result
View All Result
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଅଶ୍ୱିନ ମାସ ଷଷ୍ଠୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଜଗତ ଜନନୀ ମା ,ଦୂର୍ଗା କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ । ଆଜି ଏକାଦଶୀରେ ପୂଜା ମଣ୍ଡପରୁ ବାହାରି ବିଦାୟ ନେଇଛନ୍ତି ମା । ମାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପାଞ୍ଚଦିନ ଧରି ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । 
ଆଜି ମାଙ୍କୁ ବିଦାୟ ଦେବା ପାଇଁ ଭଷାଣୀ ଶୋଭାଯାତ୍ରା ସକାଳୁ ଆରମ୍ଭ ହୋଇ ରାତିସାରା ଚାଲିବ । ମାଙ୍କ ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ କଟକ ସହରରେ ପ୍ରବଳ ଜନ ସମାଗମ ହୋଇଛି । ମା ଭଷାଣୀ ଶୋଭା ଯାତ୍ରା ଯାଉଥିଲା ବେଳେ ଶ୍ରଦ୍ଧାଳୁ ମାନେ ଲୋତକ ଭରା ନୟନରେ ବିଦାୟ ଦେଇ ପୁଣି ଆର ବରଷକୁ ଅପେକ୍ଷା କରିଛନ୍ତି । 
କଟକ ସହରରେ ହୋଇଥିବା ୧୭୦ ଗୋଟି ଦୂର୍ଗା ଏବଂ ହରପାର୍ବତୀ ମେଣର ଭଷାଣୀ ଉତ୍ସବ ଚାଲିଛି । ଶୃଙ୍ଖଳିତ ଭାବେ ଗୋଟିଏ ପରେ ଗୋଟିଏ ମେଢ଼ ଭଷାଣୀ ଶୋଭଯାତ୍ରାରେ ଯାଇ ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ନଦୀର ଦେବୀ ଗଡା ଠାରେ ନିର୍ମିତ ଅସ୍ଥାୟୀ ଜଳାଶୟରେ ମୃଣ୍ମୟୀ ମୃର୍ତ୍ତି ଗୁଡିକୁ ବିଷର୍ଜନ କରାଯାଉଛି ।
ଭଷାଣୀ ଶୋଭାଯାତ୍ରା ଦେଖବା ପାଇଁ ଦେବୀଗଡା , ମଙ୍ଗଳାବାଗ ଛକ, ତିନି କୋଣିଆ ବଗିଚା, ନୟାସଡ଼କ, ଚାନ୍ଦିନଚୌକ , ବକ୍ସିବଜାର, ଜେଲରୋଡ଼ ଅଦି ଅଞ୍ଚଳରେ ଭିଡ଼କୁ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

No Result
View All Result