No Result
View All Result
୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡା :-> ଦଶହରା କୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି। ସେହିପରି ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ବଜାରରେ ଥିବା ଦୁଇଟି ଦୁର୍ଗାମଣ୍ଡପ ରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଛି।ଆଜି ଶୁକ୍ରବାର ମା’ଙ୍କର ମହାଷ୍ଟମୀ ମା’ଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ସେହିପରି ନିମାପଡ଼ା ର ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ରାଜ୍ୟ ମୂଖପାତ୍ର ସମୀର ରଞ୍ଜନ ଦାଶ ମଧ୍ୟ ପ୍ରତିବର୍ଷ ଭଳି ଆଜି ମଧ୍ୟ ସଂଧ୍ୟାରେ ଆସି ଖେଲାର ବଜାରରେ ପହଞ୍ଚି ଦୁଇଟି ଦୁର୍ଗାମଣ୍ଡପ ତଥା ଖେଲାର ପୂଜା କମିଟି ଓ ହରିଶପୁର ପୂଜା କମିଟି ତରଫରୁ ଆୟୋଜନ କରାଯାଇଥିବା ଦୁର୍ଗା ମଣ୍ଡପ ବୁଲି ଦେଖିବା ସହିତ ମା ଦୁର୍ଗତ ନାସିନୀ ମା ଦୁର୍ଗା ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।
ସମଗ୍ର ବିଶ୍ୱ ଏବଂ ନିମାପଡ଼ା ଅଞ୍ଚଳ ର ସମସ୍ତ ଅଧିବାସୀ ମାନଙ୍କ ନିମନ୍ତେ ମଙ୍ଗଳ କାମନା କରିଛନ୍ତି।ଖେଲାର ବଜାରରେ ସମୀର ଦାଶ ଙ୍କ ପ୍ରତି ଅହେତୁକ ଜନ ସମର୍ଥନ ଦେଖି କିଛି ସମୟ ପାଇଁ ସମୀର ଦାଶ ଭାବୁକ ହୋଇପଡିଥିଲେ।ଏବଂ ସେ କହିଥିଲେ ଆପଣ ମାନଙ୍କ ଭଲ ପାଇବା ଏମିତି ମୋ ପ୍ରତି ଥାଉ ମୁଁ କଥା ଦେଉଛି ମୁଁ ନିମାପଡ଼ା ରେ ଥିବା ଯାଏ କାହାର କୈାଣସି ଅସୁବିଧା ହେବ ନାହିଁ। ଯାହାର ଯାହା ଅସୁବିଧା ହେବ ମୁଁ ପୂର୍ବ ଭଳି ଯେମିତି ସମାଧାନ କରୁଥିଲି ଏବେବି ସେଭଳି କରିବି। ସରକାରୀ ସୁବିଧା ସମସ୍ତେ ପାଇବେ ସେ ମଧ୍ୟ କହିଥିଲେ ମୁଁ ଥିବା ଯାଏ ସରକାରୀ ସୁବିଧାରୁ କୈାଣସି ଯୋଗ୍ୟ ହିତାଧୀକାରୀ ବଞ୍ଚିତ ହେବେ ନାହଁ। ମୁଁ ଥିବା ଯାଏ ଖେଲାର ବଜାରରେ ଥିବା ଦୁଇଟି ଦୁର୍ଗାମଣ୍ଡପ କୁ ମା’ଙ୍କୁ ଦର୍ଶନ କରିବା ଲାଗି ପ୍ରତି ଆସୁଥିବି।

No Result
View All Result