No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ତାଲୁକ୍ ଆଇନ୍ ସେବାକମିଟି ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ସଭାଗୃହରେ ମାନସିକ ସ୍ୱାସ୍ଥ ଓ ଯତ୍ନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କୀ ତାଲୁକ୍ ଆଇନ୍ ସେବା କମିଟି ଅଧ୍ୟକ୍ଷ ତଥା ସିନିୟର ଡିଭିଜନ୍ ସିଭିଲଜଜ୍ ସୁଧୀର କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଓ ଯତ୍ନ ସଂପର୍କରେ କହିଥିଲେ । ମାନସିକ ରୋଗୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଚିକିତ୍ସା କରାଗଲେ ସେମାନେ ଭଲ ହେବା ସହିତ ପୁନର୍ବାର ମୁଖ୍ୟଶ୍ରୋତରେ ସେମାନେ ସାମିଲ୍ ହୋଇପାରିବେ । ରୋଗୀମାନଙ୍କୁ ତୃଣମୂଳ ସ୍ତରରେ ଚିହ୍ନଟ କରାଯାଇ ଚିକିତ୍ସା କରାଯିବା ଆବଶ୍ୟକ ଏବଂ ମାନସିକ ସ୍ୱାସ୍ଥ୍ୟ ହେଉଛି ମାନବିକ ଅଧିକାର ବୋଲି ସିଭିଲ୍ ଜଜ୍ କହିଥିଲେ ।
ଏଥିପାଇଁ ଆଶାକର୍ମୀ ଓ ଚିକିତ୍ସାଳୟର କର୍ମଚାରୀ ଓ ଗ୍ରାମାଞ୍ଚଳରେ ରହୁଥିବା ସାମାଜିକକର୍ମୀମାନେ ତତ୍ପରତା ପ୍ରକାଶ କରିବା ସହିତ ସେମାନଙ୍କୁ ଆଶାନୁରୁପକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଲେ ସେମାନେ ମୁଖ୍ୟ ଶ୍ରୋତରେ ସାମିଲ୍ ହୋଇପାରିବେ । ବାଙ୍କୀ ଉପଖଣ୍ଡ ସହକାରୀ ଉପଜିଲ୍ଲାପାଳ ପର୍ଶୁରାମ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ମାନସିକ ଅସୁସ୍ଥ ରୋଗୀମାନଙ୍କର ସମାଜରେ ବଞ୍ôଚବାର ଅଧିକାର ରହିଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନକ୍ରମେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ପାରିବାରିକ ଅଶାନ୍ତି ହେଉଛି ଏହି ରୋଗର ମୂଳକାରଣ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ପ୍ରେସ୍କ୍ଲବ ସଭାପତି ବଳଭଦ୍ର ପଣ୍ଡା ଅତିଥିଭାବରେ ଯୋଗଦେଇ ସମାଜରେ ଲୋକମାନେ କାର୍ଯ୍ୟକରୁଥିବା ସମୟରେ ମାନସିକ ସନ୍ତୁଳନ କିପରି ରକ୍ଷା କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ ।
ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ତାଲୁକ୍ ଆଇନ୍ ସେବା କମିଟିର କର୍ମଚାରୀ ହରେକୃଷ୍ଣ ମୁର୍ମୁ, କୋର୍ଟ ନାଜର ପ୍ରଶାନ୍ତ କୁମାର ବେହେରା, ଦିପ୍ତିମୟୀ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସମ୍ମିଳନିରେ ଉପଖଣ୍ଡ ଚିକିତ୍ସାଳୟର ଆଶାକର୍ମୀମାନଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀମନେ ଉପସ୍ଥିତ ଥିଲେ । ଶେଷରେ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀମାନଙ୍କୁ ବିଚାରପତି ସୁଧୀର କୁମାର ମିଶ୍ର ମିଷ୍ଟାନ୍ନ ବଣ୍ଟନ କରିଥିଲେ ।ବାଙ୍କୀ ତାଲୁକ୍ ଆଇନ୍ସେବା କମିଟି ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ଓ ଯତ୍ନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ l
No Result
View All Result