No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କୁଶବିଡା ଗ୍ରାମ ରେ ବୀର ଶହୀଦ କଷ୍ଟି ଡାକୁଆ ସଂଗ୍ରାମ ପରିଷଦ ତରଫରୁ କଷ୍ଟି ଡ଼ାକୁଆଙ୍କ ୮୨ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଷ୍ଟି ଡାକୁଆ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଧିନତା ସଂଗ୍ରାମ ରେ କଷ୍ଟି ଡାକୁଆ ଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସମିତି ସଭ୍ୟା ପ୍ରଭାତୀ ମଳିକ,
ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ଗ୍ରାମ ସଭାପତି ସନାତନ ଜାନୀ, କଷ୍ଟି ଡାକୁଆ ଙ୍କ ନାତି ପ୍ରପର ଗୋପୀନାଥ ଡାକୁଆ,କୁବେର ଡାକୁଆ ପ୍ରମୁଖ ଯୋଗଦେଇ କଷ୍ଟି ଡାକୁଆ ଙ୍କ ବଳିଦାନ ର ଗାଥା ଉପରେ ବର୍ଣ୍ଣନା କରିଥିଲେ।ସୂଚନା ଥାଉକି କଷ୍ଟି ଡାକୁଆ କୁଷିବିଡା ଗ୍ରାମ ରେ ୧୮୯୭ ମସିହା ରେ ଜନ୍ମ ଗ୍ରହଣ କରିଥିଲେ।ସେ ମହାତ୍ମା ଗାନ୍ଧୀ ଙ୍କ ପ୍ରଜା ମଣ୍ଡଳ ଆନ୍ଦୋଳନ ,ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ଇଂରେଜ ମାନଙ୍କ ଗୁଳିରେ ନୂଆଗାଁ ଥାନା ପଛପଟେ ୧୯୪୨ ମସିହାରେ ପ୍ରାଣତ୍ୟାଗ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।ସେହିପରି ସମାଜସେବୀ ଶଙ୍କର୍ଷଣ ବେହେରା ଙ୍କ ତତ୍ବାବଧାନରେ ଗୌଡ଼ ଥୁଆବାରୀ ଗ୍ରାମ ରେ ଶହୀଦ ଶ୍ରାଦ୍ଧ ଦିବସ ତଥା ୮୩ ତମ ଶହୀଦ ସ୍ମାରକୀ ସମାରୋହ ପାଳିତ ହୋଇଯାଇଛି।ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ଭ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଜାମଣ୍ଡଳ ସ୍ବାଧିନତା ସଂଗ୍ରାମୀ କଣ୍ଡୁରୀ ପରିଡ଼ା,
ବୁଦ୍ଧି ପରିଡ଼ା ,ଦୟା ବେହେରା ଙ୍କ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି କିପରି ନିଜ ଜୀବନକୁ ବଳିଦାନ ଦେଇଥିଲେ ସେ ଉପରେ କହିଥିଲେ।ତତ୍ ସହିତ ଶହୀଦ ମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ମୁଖ୍ୟ ବକ୍ତା ପ୍ରକାଶ ବେହେରା, ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ।
No Result
View All Result